ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍‌ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

46

ଭୁବନେଶ୍ୱର : ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି  ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅଧିକ ଦେଖା ଦେଇଥାଏ । ମୌସୁମୀ ସମୟରେ ଜୀବାଣୁ ସହ ଲଢିବା ପାଇଁ ଶତାବ୍ଦୀ ପୁରୁଣା ଆୟୁର୍ବେଦିକ ବିଜ୍ଞାନ ସଠିକ ଔଷଧ ଭାବେ କାର୍ଯ୍ୟ କରିଥାଏ । ଅନ୍ୟପକ୍ଷରେ ଆଲୋପାଥିକ ବିଜ୍ଞାନରେ ରୋଗର ଚିକିତ୍ସା କରିବା ପାଇଁ ଏକ ସମାଧାନ ରହିଥାଏ । ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା ପ୍ରାଚୀନ ଭାରତୀୟ ଔଷଧ ଓ ଯୌଗିକ ସୂତ୍ରଗୁଡିକ ଏକ ସୁସ୍ଥ ଓ ଉତ୍ସାହପୂର୍ଣ୍ଣ ଜୀବନଶୈଳୀ ବଜାୟ ରଖିବା ପାଇଁ ଜରୁରୀ ଅଟେ । ରସାୟନ ତନ୍ତ୍ର ହେଉଛି ଆୟୁର୍ବେଦର ୮ଟି ବିଶେଷତା ମଧ୍ୟରୁ ଅନ୍ୟତମ । ଏହା ନବୀକରଣ ପଦ୍ଧତି, ଆହାର ବ୍ୟବସ୍ଥା ଓ ସ୍ୱାସ୍ଥ୍ୟକୁ ଉନ୍ନତ କରୁଥିବା ସ୍ୱତନ୍ତ୍ର ଆଚରଣ ସମ୍ବନ୍ଧିତ ଅଟେ । ଆମର ନିୟମିତ ଆହାରରେ ରସାୟନ ତନ୍ତ୍ରକୁ ଅନ୍ତର୍ଭୁକ୍ତ କରିବାର ଏକ ମାର୍ଗ ହେଉଛି ପ୍ରତିଦିନ ଦୁଇ ଚାମଚ ଚୱନପ୍ରାଶ ସେବନ କରିବା ।

ଚଳିତ ମୌସୁମୀ ଋତୁ ସମୟରେ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍‌ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା । ଡାବର ଇଣ୍ଡିଆ ଲିମିଟେଡର କର୍ପୋରେଟ କମ୍ୟୁନିକେଶନ୍ସ ବିଭାଗର ମ୍ୟାନେଜର ଦିନେଶ କୁମାର  ଓ ରେଲ୍‌ୱେ କଲୋନୀ ହାଇସ୍କୁଲର ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ମଂଚେଶ୍ୱର ସ୍ଥିତ ରେଲୱେ କଲୋନୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତି  ‘ସୁସ୍ଥ ମସ୍ତିଷ୍କରେ ଏକ ସୁସ୍ଥ ଶରୀର’ର ମହତ୍ୱକୁ ଆଲୋକିତ କରିଥିଲେ । ସେ ଜୀବନରେ ମୂଲ୍ୟବୋଧ, ସତ୍ୟତା ଓ ନିଷ୍ଠାପରତାର ମହତ୍ୱ ସମ୍ପର୍କରେ କହିଥିଲେ ।

ଏସମ୍ପର୍କରେ ବି.ଏଚ୍‌.ୟୁର ଏମ୍‌ଡି (ଆୟୁର୍ବେଦ) ଡଃ ପରମେଶ୍ୱର ଅରୋରା କହିଛନ୍ତି, “ଚୱନପ୍ରାଶ ହେଉଛି ଏକ ସୁପରିଚିତ ଆୟୁର୍ବେଦିକ ସଂରଚନା, ଯାହାକୁ  ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଅନେକ ଦଶନ୍ଧି ହେବ ବ୍ୟବହାର କରାଯାଇଆସୁଛି ଏବଂ ଏହା ସଂକ୍ରମଣ ବିରୋଧରେ ପ୍ରତିରୋଧ ଯୋଗାଇଥାଏ । ଏକ ପୁରାତନ ପଦ୍ଧତି ଉପରେ ନିର୍ଭର କରୁଥିବା ଚୱନପ୍ରାଶ ହେଉଛି ଏକ ଆୟୁର୍ବେଦିକ ସପ୍ଲିମେଂଟ ଯାହାକୁ ବିଭିନ୍ନ ଔଷଧ ଓ ଖଣିଜ ପଦାର୍ଥ ସହ ପ୍ରସ୍ତୁତ କରାଯାଇଥାଏ । ଡାବର ଚୱନପ୍ରାଶ ଏହାର ଇମ୍ୟୁନୋମୋଡ୍ୟୁଲାଟୋରୀ ପ୍ରଭାବ ମାଧ୍ୟମରେ ବିଭିନ୍ନ ପ୍ରକାରର ରୋଗଗୁଡିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ । ଡାବର ପକ୍ଷରୁ ବିଭିନ୍ନ କ୍ଲିନିକାଲ ଓ ପ୍ରିକ୍ଲିନିକାଲ ଅଧ୍ୟୟନ ପରିଚାଳନା କରାଯାଇଛି ଯାହା ରୋଗ ପ୍ରତିରୋଧକ ଶକ୍ତି, ଋତୁକାଳିନ ସଂକ୍ରମଣ, ନାଜାଲ ଆଲର୍ଜି ଓ ସଂକ୍ରମଣ ଉପରେ ଚୱନପ୍ରାଶର ଉପକାରୀ ପ୍ରଭାବଗୁଡିକୁ ସୁନିଶ୍ଚିତ କରୁଛି । ଚୱନପ୍ରାଶ ପ୍ରାଚୀନ ଆୟୁର୍ବେଦିକ ଧର୍ମଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ତ୍ରିଦୋଷ ‘ବାତ,ପିତ ଓ କଫ’କୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ । ଡାବର ଚୱନପ୍ରାଶ ଜୀବାଣୁ ବିରୋଧରେ ଲଢିବାରେ ସାହାଯ୍ୟ କରୁଥିବା ଡେଂଟ୍ରିକ ସେଲ୍‌, ଏନ୍‌କେ ସେଲ୍ ଓ ମାକ୍ରୋଫେଜ୍‌କୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ।”

ଡାବର ଇଣ୍ଡିଆ ଲିମିଟେଡର ହେଲ୍‌ଥ ସପ୍ଲିମେଂଟସ ବିଭାଗର ମାର୍କେଟିଂ ହେଡ୍ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, “ଆୟୁର୍ବେଦର ଏକ ସମୃଦ୍ଧ ଐତିହ୍ୟ ଓ ପ୍ରକୃତିର ଗଭୀର ଜ୍ଞାନ ସହିତ ଡାବର୍ ପ୍ରକୃତ ଆୟୁର୍ବେଦ ପୁସ୍ତକ / ପାଣ୍ଡୁଲିପିର ଅଧ୍ୟୟନ ମାଧ୍ୟମରେ ସମସ୍ତଙ୍କ ପାଇଁ ସୁରକ୍ଷିତ, ସୁଲଭ ଓ ପ୍ରଭାବୀ ସ୍ୱାସ୍ଥ୍ୟ ଯତ୍ନ ପ୍ରଦାନ କରିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛି । ଆମର ଉତ୍ପାଦ ମାଧ୍ୟମରେ ଆମେ ବର୍ତମାନ ଭାରତରେ ବିଭିନ୍ନ ରୋଗର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛୁ । ଭାରତରେ ଲୋକମାନେ ଚିକିତ୍ସାର ଔଷଧ ପାଇଁ ସେଗୁଡିକର ‘ପ୍ରାକୃତିକ’ ଗୁଣ କାରଣରୁ ଔଷଧୀୟ ଓ ଉଦ୍ଭିଦ ଜାତୀୟ ଉତ୍ପାଦଗୁଡିକୁ ପସନ୍ଦ କରୁଛନ୍ତି । ଡାବର ଚୱନପ୍ରାଶ ହେଉଛି ଏକ ଫର୍ମୂଲେଶନ ଯାହାକୁ  ଆୟୁର୍ବେଦର ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ଆଧୁନିକତା ସହ ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦ ଦୈନନ୍ଦିନ ସଂକ୍ରମଣଗୁଡିକରୁ ଆମକୁ ସୁରକ୍ଷିତ ରଖିବା ପାଇଁ ଏକ ଉପଯୁକ୍ତ ମାଧ୍ୟମ ଅଟେ ।”

ଡାବର ଚୱନପ୍ରାଶର ପ୍ରମୁଖ ଉପାଦାନ ହେଉଛି ଅଁଳା (ଇଣ୍ଡିଆନ୍ ଗୁସ୍‌ବେରୀ) ଯାହାକି ଏହାର ରୋଗ ପ୍ରତିରୋଧକ ଶକ୍ତି ନିର୍ମାଣକାରୀ ଗୁଣଗୁଡିକ ପାଇଁ ସୁପରିଚିତ ଅଟେ । ଅନ୍ୟାନ୍ୟ ଉପାଦାନଗୁଡିକ ହେଉଛି ଗୁଡୁଚି, ପିପ୍ପଳୀ, କଂଟକରୀଳ କାକ୍‌ଡାସିଙ୍ଗି, ଭୁମ୍ୟାମାଲାକି, ବାସକା, ପୁସ୍କରମୁଲ, ପ୍ରିସ୍ନିପାର୍‌ନି, ଶାଲ୍‌ପାର୍‌ନି ଇତ୍ୟାଦି ଯାହା ଶ୍ୱାସନଳୀର ସାଧାରଣ ସଂକ୍ରମଣ ଓ ଆଲର୍ଜିଗୁଡିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ଉପାଦାନଗୁଡିକର ମିଶ୍ରଣ ଚୱନପ୍ରାଶକୁ ମୌସୁମୀ ଋତୁରେ ଏକ ଉତମ ସ୍ୱାସ୍ଥ୍ୟ ପାଇଁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବା ଲାଗି ଔଷଧଗୁଡିକର ଏକ ଉପଯୁକ୍ତ ମିଶ୍ରଣରେ ପରିଣତ କରୁଛି ।

Comments are closed, but trackbacks and pingbacks are open.