କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି

0 65

କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପଦକ୍ଷେପ ଦ୍ୱାରା ୪୭ ଲକ୍ଷ ୧୪ ହଜାର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ୬୨ ହଜାର ପେନ୍‍ସନ୍‍ଭୋଗୀ
ଉପକୃତ ହୋଇପାରିବେ ।

ଏଥିଲାଗି ଦେଶର ରାଜକୋଷ ଉପରେ ଅତିରିକ୍ତ ୯ ହଜାର ୪୮୮ କୋଟି ୭୦ ଲକ୍ଷ ଟଙ୍କାର ଆର୍ଥିକ ବୋଝ ପଡିବ । ଆଜି ଏହି ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହୋଇଯିବ । ଚଳିତ ବର୍ଷ ଜୁଲାଇ ପହିଲାରୁ ବକେୟା ଥିବା ୩ ପ୍ରତିଶତ ଅତିରିକ୍ତ କିସ୍ତି କେନ୍ଦ୍ର କର୍ମଚାରୀ ଓ ପେନ୍‍ସନ୍‍ଭୋଗୀମାନଙ୍କୁ ପ୍ରଦାନ
କରାଯିବ । ଦରବୃଦ୍ଧି ବାବଦ କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବୃଦ୍ଧି କରାଯାଇଛି ।

Leave A Reply