କଟକ.- ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଡି ବଦର୍ସ ଦୁଇ ଧଳ ସାମନ୍ତ ଭାଇଙ୍କ ମଧ୍ୟରୁ ସୁଶାନ୍ତ ଧଳ ସାମନ୍ତକୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ପୁଲିସ ଉପରକୁ ଗୁଳି ଚଳାଇବା ମାମଲରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ମୁଖ୍ୟ ଦୌରାଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୯ ମସିହାରେ ସୁଶାନ୍ତ ବିଡାନାସୀ ନିକଟରେ ଜଣେ ପୁଲିସ ଅଧିକାରୀଙ୍କୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୨ ବର୍ଷ ଜେଲଦଣ୍ଡାଦେଶ ହୋଇଥିବା ବେଲେ ବେଆଇନ ଭାବେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରଖିବା ଅଭିଯୋଗରେ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି ।