ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବହୁ ଉପଯୋଗୀ ଏହି ପତ୍ର
ନୂଆଦିଲ୍ଲୀ: ବହୁତ ଲୋକଙ୍କୁ ଲାଗିଥାଏ ଯେ, କରୀ ପତ୍ର ବିନା ଦକ୍ଷିଣ ଭାରତୀୟ ବ୍ୟଞନ ଯେପରି ଦୋସା, ସାମ୍ବର, ବରା ପରି ଜିନିଷ ସ୍ୱାଦିଷ୍ଟ ହୋଇ ନଥାଏ । କାରଣ ଏହାର ଅଳ୍ପ ପିତା ସ୍ୱାଦ ଆପଣଙ୍କର ଖାଇବାରେ ସେ ସ୍ୱାଦ ଆଣିଥାଏ। କରି ପତ୍ରର ଏହି ଛୋଟ ପତ୍ର ଦେଖିବା ପାଇଁ ଯେତିକି ଛୋଟ ଦେଖାଦେଇଥାଏ, ସ୍ୱାଦ ଓ ସ୍ୱସ୍ଥ୍ୟ ପାଇଁ ସେତିକି ଉପକାରୀ ହୋଇଥାଏ ।
ପ୍ରଚୁର ମାତ୍ରରେ ମିଳିଥାଏ ଆୟରନ:
କରି ପତ୍ରରେ ଆୟରନ ଓ ଫାଲିକ ଏସିଡ ପ୍ରଚୁର ପରିମାଣରେ ମିଳିଥାଏ । ଆୟରନର କମିବା କେବଳ ଶରୀରରେ ଆୟରନ ନଥିବା କାରଣରୁ ହୋଇନଥାଏ, ଏଥିପାଇଁ ବି ହୋଇଥାଏ ଯେ ଆୟରନ ଯୁକ୍ତ ହୋଇଥାଏ । ଏହା ବ୍ୟତିତ ଫଲିକ ଏସିଡ ଆୟରନକୁ ଶୁଖିବାକୁ ମଧ୍ୟ ସାହାଯ୍ୟ କରିଥାଏ । କରି ପତ୍ର ଏହି ଦୁଇ କାମକୁ କରି ଏନିମିୟାର କମିକୁ ମଧ୍ୟ ଦୂର କରିଥାଏ ।
ଲିଭରକୁ ରଖିଥାଏ ସୁରକ୍ଷିତ:
ଯଦି ଆପଣ ବହୁତ ମଦ ପିଉଛନ୍ତି ଓ ଏହି କାରଣରୁ ଲିଭରକୁ କ୍ଷତି ପହଂଚୁଛି ତେବେ ଆପଣ ଖାଇବାରେ କରି ପତ୍ର ସାମିଲ କରିବାକୁ ଭୁଲନ୍ତୁ ନାହିଁ । ଏସିୟାନ ଜର୍ନଳ ଆଫ ଫାର୍ମାସୁଟିକଲ ଏଣ୍ଡ କ୍ଳିନିକଳ ରିସର୍ଚ ଅନୁସାରେ ଶରୀରରେ କେମ୍ପଫେରାଳ କାରଣରୁ ଯେଉଁ ଆଁକ୍ସିଡେଟିବ ଷ୍ଟ୍ରେସ ଓ ଟାକ୍ସିସ୍ନ ହୋଇଥାଏ ସେ ଲିଭରକୁ କ୍ଷତି ପହଂଚିଥାଏ, ସେଥିରୁ ଏହା ରକ୍ଷା କରିଥାଏ ।