ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି

0 642

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଗତକାଲି ୧ହଜାର ୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୩୯ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ଏବଂ ମୟୂରଭଞ୍ଜରୁ ୯୩ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ ଆଉ ୧ହଜାର ୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୪କୁ ବୃଦ୍ଧି ପାଇଛି । ତେବେ ଗତକାଲି ମଧ୍ୟ ୧୨ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ହଜାର ୪୯୫କୁ ପହଞ୍ଚିଛି ।

Leave A Reply