କୋଭିଡ୍‍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିଛି

0 1,219

 

କୋଭିଡ୍‍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ  ଖୋଲିଛି  । ସେହିପରି ଇଞ୍ଜିନିୟରିଂ କଲେଜ, ଓୟୁଏଟି ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଏବଂ ପିଜିର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିଛି  । ୟୁଜିସିର ନିର୍ଦ୍ଦେଶାବଳୀକୁ ଆଧାର କରି ୟୁଜି ପଞ୍ଚମ ଓ ପିଜି ତୃତୀୟ ସେମିଷ୍ଟର୍‍ ପାଇଁ ଆଜିଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ  ।

ମାର୍ଚ୍ଚ ୧୬ରୁ ୩୧ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ସେମିଷ୍ଟର୍‍ ପରୀକ୍ଷା ଅନୁଷ୍ଠିତ ହେବ  । କୋଭିଡ୍‍ ନିୟମାବଳୀ ମାନି ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସିବେ ବୋଲି କୁହାଯାଇଛି ।

Leave A Reply