ଜାନୁଆରୀ ଏକ ଓ ଦୁଇ ତାରିଖରେ ମାଡିଆସିବ ଶୀତ ଲହରୀ, ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଶୀତ

0 645

ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି ।  ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରୁ ସକାଳ ୧୦ଟା ପର୍ଯ୍ୟନ୍ତ ଥଣ୍ଡା ପବନ ବହୁଛି । ପାହାଡିଆ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସଞ୍ଜ ଓ ସକାଳେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଛି । ବିଭିନ୍ନ ସ୍ତାନରେ ଲୋକ ଶୀତ ବସ୍ତ୍ର ପିନ୍ଧିବା ସହ ନିଆଁ ଜାଳି ଶୀତକୁ କିଛି ମାତ୍ରାରେ ପ୍ରତିହତ କରୁଛନ୍ତି । ରା

ଜ୍ୟର ଅଧିକାଂଶ ସ୍ଥାନରେ  ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଗଲାଣି ।  ହିମାଳୟ ଓ ଜମ୍ମୁ କଶ୍ମୀରରୁ ବହୁଥିବା ଶୀତଳ ପବନ ସିଧା ଓଡ଼ିଶାର ବାୟୁମଣ୍ଡଳରେ ପ୍ରବେଶ କରୁଥିବାରୁ ଏପରି ଶୀତ ହେଉଛି । ଦାରିଙ୍ଗିବାଡି, କେନ୍ଦୁଝର ଜିଲ୍ଲାରେ ବରଫ ପଡୁଛି ।  ଭୁବନେଶ୍ୱର ତାପମାତ୍ରା ୨୬ ବର୍ଷର ରେକର୍ଡ କାଟିଛି । ଏହା ୮.୨ ଡିଗ୍ରୀ ଛୁଇଁଲାଣି ।  ନୂଆ ବର୍ଷ ଏକ ଓ ଦୁଇ ତାରିଖରେ ପ୍ରବଳ ଶୀତ ହେବ । ଫୁଲବାଣୀ, କେନ୍ଦୁଝର, ଅନୁଗୁଳ, ସୋନପୁର, କଳାହାଣ୍ଡି ରେ ପ୍ରବଳ ଶୀତ ଅନୁଭୂତ ହେବ । ୫ ତାରିଖ ଯାଏ ପ୍ରବଳ ଶୀତ ଏହା ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ସମ୍ଭାବନା ରହିଛି ।

Leave A Reply