ଥଣ୍ଡାର ପାଣି ସ୍ୱାସ୍ଥ୍ୟ ଉପରେ ରହିଛି କୁ ପ୍ରଭାବ ଜାଣନ୍ତୁ
ଥଣ୍ଡାପାଣି ପିଇବା ପାଇଁ ଅନେକ ଲୋକ ଭଲ ପାଇଥାଆନ୍ତି। ହେଲେ ସବୁବେଳେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ। କେବଳ ଥଣ୍ଡା ସର୍ଦ୍ଦି ନୁହେଁ ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ଖାଦ୍ୟ ଖାଇବା ପରେ ଥଣ୍ଡାପାଣି ପିଇବା ଅଧିକ ଖରାପ। ଏପରି କରିବା ଦ୍ୱାର ଖାଦ୍ୟରେ ଥିବା ତୈଳ ଜାତୀୟ ଅଂଶ ପାକସ୍ଥଳୀରେ ଅଧିକ ସମୟ ହଜମ ନ ହୋଇ ରହିଥାଏ। ଆମ ଶରୀରର ସାଧାରଣ ତାପାମାତ୍ରା ୩୭ ଡିଗ୍ରୀ ସେଲସିୟସ ବା ୯୮.୪ ଡିଗ୍ରୀ ଫାରେନ ହାଇଟ ହୋଇଥିବା ବେଳେ ଆମେ ୨୦ରୁ ୨୫ ଡିଗ୍ରୀ ସେଲସିଅୟମ ମଧ୍ୟରେ ସାଧାରଣ ତାପମାତ୍ରାରେ ଥିବା ପାଣି ପିଇବା ଉଚିତ। ଥଣ୍ଡାପାଣି ପିଇବା ଦ୍ୱାରା ହଜମ କରିବା ଶକ୍ତି ହ୍ରାସ ପାଇବା ସହ , କୋଷ୍ଠ କାଠିନ୍ୟ , ଏସିଡିଟି ବା ପେଟରେ ଅମ୍ଳ ହେବାର ସମ୍ଭାବନା ଥାଏ। ଥଣ୍ଡାପାଣି ଯୋଗୁଁ ଗଳା ଖରାପ ହେବା ସମ୍ଭାବନା ରହିଛି। ସେହିପରି ଥଣ୍ଡାପାଣି ପିଇଲେ ହୃଦୟରସ୍ପନ୍ଦନ ହ୍ରାସ ପାଇଥାଏ।
ଖାଲି ସେତିକି ନୁହେଁ, ଖାଇବା ପରେ ଥଣ୍ଡା ପାଣି ପିଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ ବୋଲି କୁହାଯାଏ । ନିକଟରେ କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ଖାଦ୍ୟ ଗ୍ରହଣ ପରେ ଥଣ୍ଡା ଜଳ ପିଇଲେ ପାଚନ କ୍ରିୟା ଶିଥିଳ ହୋଇଯାଏ ଏବଂ ପେଟରେ ଥିବା ଅମ୍ଳ ସଂପର୍କରେ ଆସି ଏହି ଥଣ୍ଡା ଜଳ ଶରୀର ମୋଟାପାର କାରଣ ହୋଇଥାଏ ।