ଦେଶରେ କୋଇଲା ଅଭାବନେଇ ସଙ୍କଟ ଜନକ ପରିସ୍ଥିତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ତ୍ୱରିତ କୋଇଲା ପରିବହନ ପାଇଁ ସେହି ରୁଟ୍ରେ ଚଳାଚଳ କରୁଥିବା ୪୨ଟି ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି ।
ରେଳବିଭାଗ ପକ୍ଷରୁ କୁହାଯାଇଛି ଯେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ମହଜୁଦ ଦ୍ରୁତଗତିରେ ହ୍ରାସ ପାଉଛି । ତେଣୁ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ପରିବହନ ପାଇଁ ରେଳବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିକ୍ରମରେ ମୁମ୍ବାଇରୁ ଚଳାଚଳ କରୁଥିବା ପୁରୀ-ଲୋକମାନ୍ୟ ତିଲକ ଟର୍ମିନାଲ ବା ଏଲ୍ଟିଟି ଏକ୍ସପ୍ରେସ୍କୁ ମେ’ ୧୩ ତାରିଖ, ୧୦ତାରିଖ ଓ ୧୭ତାରିଖରେ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର ଏଲ୍ଟିଟି ଦୁଇ ସାପ୍ତାହିକ ଟ୍ରେନ୍ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି ।
Comments are closed, but trackbacks and pingbacks are open.