ରାହୁଲ ଗାନ୍ଧୀଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ
ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ କଂଗ୍ରେସକୁ ଆଗାମୀ ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ମିଳିପାରେ । ଜାତୀୟ ଗଣାମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ କରାଯାଇପାରେ । ପାର୍ଟିର ୱାର୍କିଂ କମିଟିରେ ଏବାବଦରେ ଆଲୋଚନା ହୋଇଛି । ଅଶୋକ ଗହଲୋତଙ୍କ ମତାମତ ମଧ୍ୟ ନିଆଯାଇଛି ।
ସୂତ୍ର ଅନୁସାରେ କଂଗ୍ରେସର ବର୍ତ୍ତମାନ ଅଧ୍ୟକ୍ଷ ରାହୁଲ ଗାନ୍ଧି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସହିତ ଆଲୋଚନା କରିଛି । କୁହାଯାଉଛି ଯେ, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ଅଶୋକ ଗହଲୋତ ହୋଇପାରନ୍ତି । ସବୁଠାରୁ ବଡ଼ କଥା ଯେ, ଗହଲୋତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।