ରାଜ୍ୟର ୧୦୫ଟି ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଏବଂ କଟକ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ
ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଟକ ମହାନଗର ନିଗମର ୪୯ ନମ୍ବର ୱାର୍ଡର କର୍ପୋରେଟର ବିଜେଡ଼ିର ଦମୟନ୍ତୀ ମାଝୀ ଆଜି ଡେପୁଟୀ ମେୟର ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରୀ ଅଛନ୍ତି । ଦମୟନ୍ତୀ ମଧ୍ୟ କଟକର ସର୍ବକନିଷ୍ଠ କର୍ପୋରେଟର ।
ମାଲକାନଗିରି ପୌର ପରିଷଦର ଉପାଧ୍ୟକ୍ଷା ଭାବେ କବିତା ମହାନ୍ତ ନିର୍ବାଚିତ ହୋଇଛନ୍ତି । ସେହିଭଳି ରାୟଗଡ଼ା ଜିଲ୍ଲାର ୨ଟି ପୌର ପରିଷଦ ଓ ଗୋଟିଏ
ବିଜ୍ଞପିତ ଅଞ୍ଚଳର ସମସ୍ତ ଉପାଧ୍ୟକ୍ଷ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ପଦରେ ଶୁଭ୍ରା ପଣ୍ଡା ବିଜୟ ହୋଇଥିବାବେଳେ ଗୁଣୁପୁର ପୌରାଧ୍ୟକ୍ଷ ଶିବପ୍ରସାଦ ଗୌଡ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି ।
Comments are closed, but trackbacks and pingbacks are open.