ଲୋକ ପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ,

0 617

ଭୁବନେଶ୍ୱର . – ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ତାଙ୍କର ପରଲୋକ ହୋଇଛି । ହୃଦ ଯନ୍ତ୍ର ଜନିତ ସମସ୍ୟା ଯୋଗୁଁ ୨ ବର୍ଷ ତଲେ ତାଙ୍କର ଛାତିରେ ଅସ୍ତ୍ରପୋଚାର କରାଯାଇଥିଲା ।

ଚିତ୍ତଜେନାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜାମାତା ମିହିର ଦାସ, ନାତି ଅମ୍ଲାନ ଦାସ ଓ ଦୁଇ ପୁଅଙ୍କ ସହ ଅନ୍ୟାନ ସମ୍ପର୍କୀୟ ଉପସ୍ଥିତ ଥିଲେ । ଚିତ୍ତଜେନାଙ୍କର ଶେଷକୃତ୍ୟ ତାଙ୍କର ପୈତୃକ ଗ୍ରାମ କଟକ ନୂଆ ବଜାର ନିକଟରେ ଥିବା ପିପରଡାରେ କରାଯିବ  ବୋଲି ସୂଚନା ମିଳିଛି ।

Leave A Reply