ନୂଆଦିଲ୍ଲୀ: ଏବେ ଭାରତର ପଡୋଶୀ ଦେଶ ନେପାଳର ଚୀନ ପ୍ରେମ ବୃଦ୍ଧି ପାଇଛି । ଭାରତର ହାତ ଛାଡି ଚୀନ ପଛରେ ନେପାଳର ସରକାର ଦଉଡିଛନ୍ତି । ଭାରତକୁ କେତକ କ୍ଷେତ୍ରରେ ଖୋଲା ଖୋଲି ଅସହଯୋଗ କରୁଥିବା ପଦାରେ ପଡିଲାଣି । । ସୂଚନାଯୋଗ୍ୟ ଯେ ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଭାରତ ଚୀନଠାରୁ ଦୂରେଇ ରହିଛି । ଭାରତ ମଧ୍ୟଚାଇନାର ଓ୍ଵାନ-ବେଲ୍ଟ-ଓ୍ଵାନ ରୋଡ ପ୍ରକଳ୍ପଠୁ ନିଜକୁ ଦୂରେଇ ରଖିଛି । କାରଣ ଭାରତ ଚୀନର ଗୋପନ ସାମ୍ରାଜ୍ୟବାଦୀ ଅଭିଳାଷକୁ ଭଲଭାବେ ଜାଣିଛି । ଭାରତର ପଡୋଶୀ ଦେଶମାନେ ଚୀନରୁ ଋଣ ନେଇ ଦେବାଳିଆ ସ୍ଥିତିରେ ପହଞ୍ଚିଗଲେଣି ।
ଭାରତର ସେନାଧ୍ୟକ୍ଷ ବିପିନ ରାଓ୍ଵତ ଏହାକୁ ନେଇ ଆଦୌ ଚିନ୍ତିତ ନାହାନ୍ତି । ସେ କହିଛନ୍ତି ଯେ ନେପାଳ ଓ ଭୁଟାନ ପରି ଦେଶ ଭାରତ ସହ ସୁସମ୍ପର୍କ ରଖିବାକୁ ବାଧ୍ୟ, କାରଣ ଏମାନଙ୍କର ଭୌଗୋଳିକ ସ୍ଥିତି ହିଁ ସେହିପରି ରହିଛି । ସେହିପରି ଚୀନଠାରୁ ଯେଉଁମାନେ ଋଣ ଆଣୁଛନ୍ତି ସେମାନେ ସତର୍କ ରହିବା ଆବଶ୍ୟକ । କାରଣ ଏହି ଦୂନିଆରେ କିଛିବି ମାଗଣାରେ ମିଳେ ନାହିଁ । ବିମଷ୍ଚେକ ମିଲିଟାରୀ ଏକସରସାଇଜର ଶେଷ ଦିନରେ ଅବସ୍ଥିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ଏସିଆରେ ଚୀନ ହିଁ ଭାରତର ପ୍ରମୁଖ ପ୍ରତିଦ୍ୱନ୍ଦୀ । ଉଭୟ ଦେଶ ଦକ୍ଷିଣ-ଏସିଆରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ପ୍ରତିଯୋଗିତା କରୁଛନ୍ତି । କିନ୍ତୁ ଦକ୍ଷିଣ ଏସିଆର ଭୁଗୋଳ ଭାରତ ସପକ୍ଷରେ ଅଛି ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରୀୟ ଅଂଚଳରେ ଅବସ୍ଥିତ ଦେଶଗୁଡ଼ିକୁ ନେଇ ଗଠିକ ସଂଗଠନ ବିମଷ୍ଟେକ୍ ପକ୍ଷରୁ ହେଉଥିବା ସାମରୀକ ଅଭ୍ୟାସରେ ଭାଗ ନେବା ପାଇଁ ନେପାଳ ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲା । ଚୀନ ଚାପରେ ନେପାଳ ଏହା କରିଥିବା ସଂଦେହ କରାଯାଉଛି