ଓଡିଶା ରାଜ୍ୟ ସଡକ ପରିବହନ ନିଗମ -ଓଏସଆରଟିସି ଆଗାମୀ ଦୁଇବର୍ଷ ଭିତରେ ୧ହଜାର ନୂଆ ବସ୍ କିଣିବ ବୋଲି ସୂଚନା ମିଳିଛି ।ପ୍ରାଥମିକ ପର୍ଯ୍ୟାୟରେ ୬୩କୋଟି ଟଙ୍କା ବ୍ୟୟ ବରାଦ କରି ୧୭୦ଟି ବସ୍ କିଣାଯିବ । ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ନୂତନ ବସ୍ କ୍ରୟ କରାଯାଇ ନ ଥିବାରୁ ବସ୍ର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ଓଏସ୍ଆର୍ଟିସି ଏହି ପଦକ୍ଷେପ ନେଇଛି । ଆସନ୍ତା ଦୁଇବର୍ଷ ଭିତରେ ଏକହଜାର ବସ୍ କିଣିବା ପାଇଁ ଓଏସଆରଟିସିରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।