ହାଲୁଆ ଉତ୍ସବରୁ ଆରମ୍ଭ ହେଲା ବଜେଟ କାମ

0 1,039

ନୂଆଦିଲ୍ଲୀ . – ଦିଲ୍ଲୀ ସଂସଦ ଭବନ ନର୍ଥ ବ୍ଲକରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ୍‌ ପାଇଁ ହାଲୁଆ ଉତ୍ସବରୁ କାମ ଆରମ୍ଭ ହୋଇଛି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ହାଲୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୌଣସି କାମ ଆରମ୍ଭରେ ହାଲୁ ଶୁଭ ବୋଲି ମାନ୍ୟତା ରହିଛି । ଏହାପରେ ବଜେଟ୍‌ ଛପାର କାମ ଆରମ୍ଭ ହୋଇଛି ।
ଏହି ସ୍ଥାନରେ ବଜେଟ୍‌ ଛପା ପାଇଁ ଅର୍ଥମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀ ରୁହନ୍ତ । ପ୍ରାୟ ୧୫ ଦିନ କାଳ ଏମାନେ ଅଲଗା ରୁହନ୍ତି । ପରିବାର ଲୋକଙ୍କ ସହ ଯୋଗଯୋଗ ବି ହୋଇପାରେନି ।

ହାଲୁଆ ଉତ୍ସବରେ ଆଜି ଅର୍ଥମନ୍ତ୍ରୀ ନିର୍ମତା ସୀତାରମଣଙ୍କ ସମେତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ସେବା ସଚିବ ରାଜୀବ କୁମାର ଏବଂ ନିବେଶ ଏବଂ ସରକାରୀ ପରିସମ୍ପତ୍ତି ପରିଚାଳନା ବିଭାଗ ସଚିବ ଅତନୁ ଚର୍କବର୍ତୀ, ସିବିଡିଟି ଅଧ୍ୟକ୍ଷ ପି ସି ମୋଦୀ, ସିବିଆଇସି ଅଧ୍ୟକ୍ଷ ‌ପି କେ ଦାସ, ସିବିଡିଟି ଓ ସିବିଆଇସିର ସଦସ୍ୟବୃନ୍ଦଙ୍କ ସମେତ ବଜେଟ୍ ପ୍ରସ୍ତୁତି ଓ ଛପା ସହ ଜଡ଼ିତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply