ଗୋଲ ମରିଚ ସେବନ କଲେ ପତଳା ହେବା ସହ ପେଟ ସଫା ଓ ରହିଛି ଏହି ସବୁ ଉପକାରିତା

0 1,157

ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୋଲମରିଚ ନିଜ ବ୍ୟଞ୍ଜନରେ ସାମିଲ କରିବା ସହ ପାନୀୟରେ ମଧ୍ୟ ଏହା ମିଶ୍ରଣ କରିବା ଲାଭଜନକ। ଏହା ଶରୀରରେ ବିଭିନ୍ନ ଉତ୍ତମ ପ୍ରଭାବ ପକାଇଥାଏ।

ଦୈନିକ ସକାଳବେଳା ୧ ଗିଲାସ ନଖଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ଅଧ ଚାମଚ ମିଶାଇ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।

ଏହା ସହ ଗୋଲମରିଚ ମିଶା ଚା’ ପିଇଲେ ପେଟସଫା ହେବା ସହ ସର୍ଦିରୁ ରକ୍ଷା ମିଳେ।

ମେଦହ୍ରାସ କରିବାକୁ ଚାହୁଁଥିଲେ ପ୍ରତ୍ୟହ ଏହି ଗୋଲମରିଚ ମିଶା ପାଣି କିମ୍ବା ଚା’ ସେବନ କରିବା ଲାଭଦାୟକ।

ଗୋଲମରିଚ ଆବଶ୍ୟକ ପରିମାଣରେ ପ୍ରତ୍ୟହ ଖାଇଲେ ଶରୀରକୁ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ମିଳେ।

ଏହି ଗୁଣ୍ଡ ମିଶ୍ରିତ ଚା’ ପିଇଲେ ଶୀଘ୍ର ଥକ୍କା ଲାଗେନାହିଁ ବୋଲି ପରୀକ୍ଷାରୁ ପ୍ରକାଶିତ।

ବିଭିନ୍ନ ବ୍ୟଞ୍ଜନରେ ମଧ୍ୟ ଏହି ଗୋଲମରିଚର ଉପଯୋଗ କରିହେବ। ଏହା ଦ୍ବାରା ଖାଦ୍ୟ ହଜମ ଭଲ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

Leave A Reply