ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ନିୟମ ଅନୁସାରେ । ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଏହା ମଧ୍ୟରେ ଅନ୍ୟତମ । । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ସରକାରଙ୍କ ଯୋଜନା ହେଉଛି ଦୁଇଟି ସବଳ ବ୍ୟାଙ୍କ ସହିତ ଗୋଟିଏ ଦୁର୍ବଳ ବ୍ୟାଙ୍କକୁ ମିଶାଇବା । ତେବେ ଏହା କଲାବେଳେ ବ୍ୟାଙ୍କର ସେବା ଓ ପରିଚାଳନାରେ ବ୍ୟାଘାତ ସୃଷ୍ଟି ନ କରିବା ।
ଏହି ଯୋଜନା ଅନୁଯାୟୀ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି । ଏହି ମିଶ୍ରଣ ପରେ ସୃଷ୍ଟି ହେବାକୁ ଥିବା ବ୍ୟାଙ୍କଟି ଦେଶର ୩ୟ ବୃହତ୍ତମ ବ୍ୟାଙ୍କ ହେବ । ଏ ସଂପର୍କରେ କେନ୍ଦ୍ର ଆର୍ଥିକ ସେବା ବିଭାଗର ସଚିବ ରାଜୀବ କୁମାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି ମିଶ୍ରଣ ପ୍ରସ୍ତାବ ସଂପର୍କରେ ୩ଟି ବ୍ୟାଙ୍କର ବୋର୍ଡ ଆଲୋଚନା କରିବେ ଓ ଆବଶ୍ୟକ ନିଷ୍ପତ୍ତି ନେବେ