କଦଳୀରେ ଏପରି ନାଲି , କଳା ଅଂଶ କି ଗାର ଥିଲେ ତାହା ବିଷାକ୍ତ, ଜାଣନ୍ତୁ

0 793

ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଫଳ ମୂଳ ଖାଇ ଥଆନ୍ତି . ମାତ୍ର କେତକ ଫଳ ମୂଳରେ ଫଙ୍ଗସ୍‌ ଥାଇ ତାହା ମଣିଷ ଓ ଜୀବ ଜନ୍ତୁଙ୍କ ପାଇଁ ବିଷାକ୍ତ କରି ଦେଇ ଥାଆନ୍ତି ।  ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ବିଷାକ୍ତ । ପେଟ ଫମ୍ପା,ମୋଡି ହେବା , ଝାଡା କି ବାନ୍ତି ହେବା ଦେଖାଯାଇଥାଏ । ବେଳେ ବେଳେ କଦଳୀରେ ବିଶେଷ କରି ପାଚିଲା କଦଳୀରେ ନାଲି କି କଳା ଅଂଶ କି ଗାର ଥାଏ  । ତେବେ କଦାପି ଏହାକୁ ଖାଆନ୍ତୁ ନାହିଁ । ଏହା ଶରୀରପାଇଁ ବିଷାକ୍ତ ।

ଏହା ଏକ ପ୍ରକାରର ଫଙ୍ଗସ୍‌ , ଏହାକୁ ନିଗୋରୋସ୍ପୋରା କୁହାଯାଇଥାଏ । ଏହା ଶରୀରେର ଅନେକ ବିଷ କ୍ରିୟା ସୃଷ୍ଟି କରେ । ଏହି ଫଙ୍ଗସ୍‌ ଯୋଗୁଁ ଆଜମା, ଆଖିରେ ସଂକ୍ରମଣ ଓ ଶରୀର ବୃଦ୍ଧି ଉପରେ ପ୍ରଭାବ ପକାଇ ଥାଏ । ଏପରି ହୋଇଥିଲେ କଦଳୀ ଓ ଅନ୍ୟ ଫଳ ଫିଙ୍ଗି ଦିଅନ୍ତୁ । ଏହାପରେ ହାତକୁ ଭଲ କରି ସାବୁନରେ ସଫା କରନ୍ତୁ

Leave A Reply