ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ
ଧରି ହୋଇପାରି ନାହିଁ

147

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର
ପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା ଯୋଗୁଁ ଏହି ନୀତି ବନ୍ଦ ରହିଛି । ଶ୍ରୀଜୀଉମାନଙ୍କର ନୀତିକୁ ଶୃଙ୍ଖଳିତ କରିବା ଲାଗି ଆଜି ଶ୍ରୀମନ୍ଦିର ନୀତି ସବ୍‍-କମିଟିର ବୈଠକ ଡକାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବୁଧବାର ଦିନ ବନକଲାଗି ନୀତି କରିବା ପାଇଁ ନିର୍ଦ୍ଦେଶ ଥିଲାବେଳେ ଦତ୍ତମହାପାତ୍ର ସେବକ ଗୁରୁବାର
ଦିନ ଏହି ନୀତିକୁ ପାଳନ କରିବା ପାଇଁ ଯୁକ୍ତି ବାଢ଼ୁଛନ୍ତି ।


ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରି ଦତ୍ତମହାପାତ୍ର ସେବକମାନେ ଗତ ବୁଧବାର ଦିନ ବନକଲାଗି ନୀତି କରିନଥିବାରୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକ ସେମାନଙ୍କର ଜିଦ୍‍ରେ ଅଟଳ ରହିବା ଯୋଗୁଁ ଶ୍ରୀଜୀଉମାନଙ୍କର ନୀତି ନ ହୋଇପାରିବା ଯୋଗୁଁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

Comments are closed, but trackbacks and pingbacks are open.