ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ୍ ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ୍ ଓ ଫ୍ଲିପ୍କାର୍ଟ ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: “ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡ’ର ଶୁଭାରମ୍ଭ ଲାଗି ଆକ୍ସିସ ବ୍ୟାଙ୍କ୍ ଓ ଫ୍ଲିପ୍କାର୍ଟ ମଧ୍ୟରେ ସହଯୋଗିତା ସ୍ଥାପନ କରାଯାଇଛି । ଆକ୍ସିସ୍ ବ୍ୟାଙ୍କ୍ ହେଉଛି ଭାରତର ତୃତୀୟ ବୃହତ ଘରୋଇ ବ୍ୟାଙ୍କ୍ ଏବଂ ଫ୍ଲିପ୍କାର୍ଟ ହେଉଛି ଦେଶର ଅଗ୍ରଣୀ ଇ-କମର୍ସ କଂପାନି । ଫ୍ଲିପ୍କାର୍ଟ ସୁପରକଏନ୍ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବା ଲାଗି ଏହି କାର୍ଡରେ ସପିଙ୍ଗ୍ କରୁଥିବା ଗ୍ରାହକମାନଙ୍କ ଲାଗି ବ୍ୟାପକ ସୁବିଧା ରହିଛି । ପୂର୍ବରୁ ପ୍ରଚଳନରେ ଥିବା ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ତିନି ନିୟୁତ ମାଇଲଖୁଂଟ ହାସଲ କରିବା ପରେ ଏହି ସହଯୋଗିତା ଜରିଆରେ ଗ୍ରାହକମାନଙ୍କୁ ଅଧିକ ରିୱାର୍ଡ ପ୍ରଦାନ କରିବାକୁ ଉଦ୍ୟମ କରାଯାଇଛି । ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡ ଆକ୍ଟିଭେସନ୍ରେ ଗ୍ରାହକମାନଙ୍କୁ ୫୦୦ ଫ୍ଲିପ୍କାର୍ଟ ସୁପରକଏନ୍ ସହିତ ପ୍ରତି କାରବାରରେ ଚାରି ଗୁଣା ଅଧିକ ସୁପରକଏନ୍ ଜିତିବା ଏବଂ ଫ୍ଲିପ୍କାର୍ଟ, ମିନ୍ତ୍ରା, ଫ୍ଲିପ୍କାର୍ଟ ହେଲ୍ଥ+, କ୍ଲିୟରଟ୍ରିପ୍ ଏବଂ ଫ୍ଲିପ୍କାର୍ଟ ହୋଟେଲ୍ସରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତର ରିୱାର୍ଡ ହାସଲ କରିବା ସୁଯୋଗ ମିଳିବ ।
ପ୍ରତି ୧୦୦ ଟଙ୍କାର କାରବାରରେ ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ୍ ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଗ୍ରାହକମାନେ ୮ ସୁପରକଏନ୍ ଜିତିପାରିବେ ଏବଂ ପ୍ରତି କାରବାରରେ ସର୍ବାଧିକ ୨୦୦ ସୁପର କଏନ୍ ଜିତିହେବ । ଫ୍ଲିପ୍କାର୍ଟ ପ୍ଲସ୍ର ଗ୍ରାହକମାନେ ପ୍ରତି ୧୦୦ ଟଙ୍କା କାରବାର ଉପରେ ୧୬ ସୁପରକଏନ୍ ଜିତିପାରିବେ ଏବଂ ସେମାନେ ପ୍ରତି କାରବାରରେ ସର୍ବାଧିକ ୪୦୦ ସୁପର କଏନ ଜିତିପାରିବେ । ଫ୍ଲିପ୍କାର୍ଟ ବାହାରେ କାରବାର ବେଳେ ପ୍ରତି ୧୦୦ ଟଙ୍କା ବ୍ୟୟରେ ୨ ସୁପର କଏନ ମିଳିବ ଏବଂ ତାହାର କୌଣସି ସର୍ବାଧିକ ସୀମା ନିର୍ଧାରଣ କରାଯାଇନାହିଁ । ଏହି କାର୍ଡ ଲାଗି ବାର୍ଷିକ ୫୦୦ ଟଙ୍କାର ଫି’ ରହିଛି, ଯାହା ଯଦି ଗ୍ରାହକ ବାର୍ଷିକ ୨ ଲକ୍ଷ ଟଙ୍କାର କାରବାର କରିବେ ତେବେ ଉଚ୍ଛେଦ ହୋଇଯିବ ।
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ୍ ଆଣ୍ଡ୍ ପେମେଂଟ୍ସ ସଂଜୀବ ମୋଘେ କହିଛନ୍ତି ଯେ, “ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସେମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ମୂଲ୍ୟ ଉପସ୍ଥାପନା ପ୍ରଦାନ କରିବା ସହ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ଏବଂ ଲାଭ ପ୍ରଦାନ କରିବା ଲାଗି ଏକ ନବସୃଜନ ନେତୃତ୍ୱାଧୀନ ମଡେଲ୍ ଉପରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ଏକ ନୂଆ ଭାରିଆଂଟ୍ର କ୍ରେଡିଟ କାର୍ଡ “ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡ’ର ଶୁଭାରମ୍ଭ ଜରିଆରେ ଫ୍ଲିପ୍କାର୍ଟ ସହ ସହଯୋଗିତାକୁ ଆମେ ପରବର୍ତୀ ସ୍ତରକୁ ନେଉଥିବାରୁ ଉଲ୍ଲସିତ ମନେ କରୁଛୁ । ଆମର ବିଶ୍ୱାସ ରହିଛି ଯେ ଏହି କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ସାରା ଭାରତର ଗ୍ରାହକମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ ଯେଉଁମାନେ ସୁପରକଏନ୍ ଜରିଆରେ ଲାଭ ଚାହୁଛନ୍ତି, କାରଣ ଏହା ପ୍ରତି କାରବାର ବେଳେ ଲାଭ ଏବଂ ସହଜରେ ରିଡିମ୍ ହୋଇପାରୁଥିବା ସୁଯୋଗ ପ୍ରଦାନ କରିବ ।’’
ଫ୍ଲିପ୍କାର୍ଟର ବରିଷ୍ଠ ଉପସଭାପତି-ଫିନ୍ଟେକ୍ ଆଣ୍ଡ୍ ପେମେଂଟ୍ସ ଗ୍ରୁପ୍ ଧୀରଜ ଅନିଜା କହିଛନ୍ତି ଯେ, “ଆମ ପ୍ଲାଟ୍ଫର୍ମରେ ୪୫୦ ନିୟୁତରୁ ଅଧିକ ଗ୍ରାହକମାନଙ୍କୁ ସୁବିଧାଜନକ ଏବଂ ସୁଲଭ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବା ଲାଗି ଫ୍ଲିପ୍କାର୍ଟରେ ଆମେ ନିରନ୍ତର ଉଦ୍ୟମ କରୁଛୁ । ଆକ୍ସିସ୍ ବ୍ୟାଙ୍କ୍ ସହଯୋଗିତାରେ ସୁପର ଇଲାଇଟ୍ କାର୍ଡର ଶୁଭାରମ୍ଭ ସହ ଭାରତରେ ସଂଗଠିତ ଋଣ ପ୍ରଦାନକୁ ଆଗକୁ ବଢ଼ାଇବା ଲାଗି ଆମର ପ୍ରତିବଦ୍ଧତାକୁ ଆମେ ଦୋହରାଉଛୁ । ଫ୍ଲିପ୍କାର୍ଟରେ ଗ୍ରାହକମାନଙ୍କ ଲାଗି ସପିଙ୍ଗ୍କୁ ସୁଲଭ ଓ ସୁବିଧାଜନକ କରିବାରେ ଭୂମିକା ନିର୍ବାହ କରୁଥିବାରୁ ଆମେ ବହୁତ ଖୁସି ।’’
ଫ୍ଲିପ୍କାର୍ଟର ଉପସଭାପତି-କଷ୍ଟମର୍, ଗ୍ରୋଥ୍ ଆଣ୍ଡ୍ ଲୟାଲ୍ଟି ଆରିଫ୍ ମହମ୍ମଦ କହିଛନ୍ତି ଯେ, “ବର୍ତମାନ ୧୦୦ ନିୟୁତରୁ ଅଧିକ ଫ୍ଲିପ୍କାର୍ଟ ଗ୍ରାହକ ସୁପର କଏନର ଲାଭ ଉପଭୋଗ କରୁଛନ୍ତି ଏବଂ ବିଶ୍ୱାସୀ ଗ୍ରାହକମାନଙ୍କୁ ଫ୍ଲିପକାର୍ଟ, ମିନ୍ତ୍ରା, କ୍ଲିୟରଟ୍ରିପ୍ ଏବଂ ରିୱାର୍ଡ ଷ୍ଟୋରରେ ଥିବା ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ବ୍ରାଣ୍ଡ୍ରେ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । ଆକ୍ସିସ୍ ବ୍ୟାଙ୍କ ସହଯୋଗରେ ଶୁଭାରମ୍ଭ କରାଯାଇଥିବା ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ୍ ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡରେ ଗ୍ରାହକମାନେ ୪ ଗୁଣା ସୁପର କଏନ୍ ସହ ଶ୍ରେଷ୍ଠ ମୂଲ୍ୟରେ ଫ୍ଲିପ୍କାର୍ଟରୁ ପସନ୍ଦର ଉତ୍ପାଦ ପାଇପାରିବେ । ଆମ ରିୱାର୍ଡ ପ୍ରୋଗ୍ରାମର ଉନ୍ନତିକରଣ ଏବଂ ତାହାକୁ ସକାରାତ୍ମକ ସମର୍ଥନକୁ ନେଇ ଆମେ ଉତ୍ସାହିତ ରହିଛୁ ।’’
Comments are closed, but trackbacks and pingbacks are open.