ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ

118

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷ ମଧ୍ୟରେ ଜୋନାଲ୍‍ ପରିଷଦ
ଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଜୋନାଲ୍‍ ପରିଷଦଗୁଡ଼ିକ
ଦ୍ୱାରା ହୋଇଥିବା ବୈଠକ ଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।
ସେ କହିଛନ୍ତି, ଶ୍ରୀ ମୋଦୀ ଦକ୍ଷୀଣ ଭାରତକୁ ଅଗ୍ରାଧିକାର ଦେଉଛନ୍ତି ଓ
୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହେବା ପରେ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ
ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ କରାଯାଇଛି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଆଜି ତିରୁବନନ୍ତପୁରମ୍‍ଠାରେ ୩୦ତମ ଦକ୍ଷୀଣାଞ୍ଚଳ
ଜୋନାଲ୍‍ ପରିଷଦ ବୈଠକରେ ଉଦ୍‍ବୋଧନ ଦେଇ ଦେଶର ଉଜ୍ଜ୍ୱଳ
ଭବିଷ୍ୟତ ଲାଗି ‘ଆଜାଦୀକା ଅମ୍ରିତ ମହୋତ୍ସବ’ର ଅବଶିଷ୍ଟ ୧୧ ମାସ
ସମୟ ମଧ୍ୟରେ ଦେଶପ୍ରେମର ଭାବନା ମୂଳସ୍ତରରେ ପହଞ୍ଚାଇବା ସକାଶେ
ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ସଦସ୍ୟ ରାଜ୍ୟଗୁଡ଼ିକୁ ନିବେଦନ
କରିଛନ୍ତି । ‘ହର୍‍ ଘର୍‍ ତୀରଙ୍ଗା’ ଅଭିଯାନରେ ଦେଶର ନାଗରିକମାନେ
ରାଜ୍ୟ, ଜାତି ଓ ଧର୍ମ ସ୍ତରରୁ ଊଦ୍ଧ୍ୱର୍କୁ ଉଠି ଏକତା ଓ ଦେଶପ୍ରେମର ଅନନ୍ୟ
ସାଧାରଣ ଦୃଷ୍ଟାନ୍ତ ଦେଇଥିବାର ଶ୍ରୀ ଶାହା କହିଛନ୍ତି ।

Comments are closed, but trackbacks and pingbacks are open.