ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ ସଂପର୍କିତ ବିଧେୟକ ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ ସଂଶୋଧନ ବିଧେୟକ ୨୦୨୧କୁ ଆଇନମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ଆଗତ କରିଥିବା ବେଳେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।
ବିଧେୟକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ମତଦାତାଙ୍କ ଫଟୋ ପରିଚୟପତ୍ରକୁ ଆଧାର ସହିତ ସଂଯୋଗ କରାଯିବ । ଭୋଟର ଆଇଡି ସହ ଆଧାର ସଂଯୋଗ ହେଲେ ବ୍ୟକ୍ତିର ପରିଚୟ ଖୋଜିବା ସହଜ ହେବ ଏବଂ ସମାନ ନାମରେ ଏକାଧିକ ସ୍ଥାନରେ ଥିବା ଜାଲ୍ ଭୋଟରଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।