ନୂଆଦିଲ୍ଲୀ ୨୪.୦୩- କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଘୋଷଣା କରା ଯାଇଛି।
ତେବେ ଲକ ଡାଉନ ସମୟରେ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଲକ ଡାଉନକୁ କଡା କଡି ଭାବେ କାର୍ଯ୍ୟକାରୀ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ କୁହା ଯାଇଛି।