ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାରେ ସଡକ ଦୁର୍ଘଟଣା ୩ ମୃତ ୭ ଗୁରୁତର

0 1,000

ଝାରବାହିଲି — ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟ ଝାରବାହିଲି
ବୁଲାଣିରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣହାନୀ ଓ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଏକ ମିନିଟ୍ରକରେ ଉଲୁଣା ବ୍ଲକ୍‍ ଖେମାଲୋଏ ଗ୍ରାମରୁ ଏକ ବାଜିପାର୍ଟି ଦଳ ରିସିଡ଼ା ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ
ଭର୍ତ୍ତି କରାଯାଇଛି । ମୃତ ଦେହଗୁଡ଼ିକୁ ଆଜି ପୁଲିସ ଶବ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave A Reply