ନୂଆଦିଲ୍ଲୀ.- ଅନୀଲ ଅମ୍ବାନୀଙ୍କର ରିଲାଏନ୍ସ ଗ୍ରୁପ୍ କଂଗ୍ରେସ ଦ୍ୱାର ଚଳାଯାଉଥିବା ଖବର କାଗଜ ନ୍ୟାସନାଲ୍ ହେରାଲ୍ଡ ନାମରେ ୫ ହଜାରକୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି । ରାଫେଲ୍ ଯୁଦ୍ଧ ବିମାନ କିଣିବା ପ୍ରସଙ୍ଗରେ ଏହି ଖବରକାଗଜରେ ଅନୀଲ ଅମ୍ୱାନୀଙ୍କ ନାମରେ ଅପମାନ ସୂଚକ ଲେଖା ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଛି ।
ଏଥରେ ବାହାରି ଥିବା ଏକ ଖବରରେ କେନ୍ଦ୍ର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । । ସେହିପରି କମ୍ପାନୀ ଗୁଜୁରାଟ କଂଗ୍ରେସ ନେତା ଶକ୍ତିସିଂ ଗୋହିଲଙ୍କ ନାମରେ ଦ୍ୱିତୀୟ ମାନହାନୀ ମକଦ୍ଦମା କରିଛି । ତାଙ୍କ ନାମରେ ବି କମ୍ପାନୀ ୫ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି ।