ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ

0 93

କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍‍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ ଅଧିକ ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ।

ଏହି ପୋର୍ଟାଲରେ ସମଗ୍ର ଦେଶରୁ ୪ କୋଟିରୁ ଅଧିକ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକୃତ ହୋଇସାରିଲେଣି । ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଏହି ପଞ୍ଜୀକୃତ ଶ୍ରମିକ ସହଜରେ ପାଇପାରୁଛନ୍ତି । ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ମହିଳା ଅଛନ୍ତି । କୃଷି ଏବଂ ନିର୍ମାଣ ଶ୍ରମିକ ଅଧିକ ସଂଖ୍ୟାରେ ଏଥିରେ ପଞ୍ଜୀକୃତ ହୋଇଛନ୍ତି ।

ଏହି ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

Leave a comment