ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ ଦେଇ ରାଜଧାନୀ ଏକ୍ସପ୍ରେସ୍‍ ଭଳି ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‍କୁ ଲିଙ୍କ୍‍ ହପ୍‍ମେନ୍‍ ବୁଶ – ଏଲ୍‍.ଏଚ୍‍.ବି. କୋଚ୍‍ରେ ପରିଣତ କରିବାପାଇଁ ସୁପାରିଶ

0 79

ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ ଦେଇ ରାଜଧାନୀ ଏକ୍ସପ୍ରେସ୍‍ ଭଳି ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‍କୁ ଲିଙ୍କ୍‍ ହପ୍‍ମେନ୍‍ ବୁଶ – ଏଲ୍‍.ଏଚ୍‍.ବି. କୋଚ୍‍ରେ ପରିଣତ କରିବାପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ସେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍‍ରେ ଯାତ୍ରା କରିଥିଲେ ।

ଯାତ୍ରାବେଳେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା ସମୟରେ ଯାତ୍ରୀମାନେ ଟ୍ରେନ୍‍ରେ ଏଲ୍‍.ଏଚ୍‍.ବି. କୋଚ୍‍ ଆରମ୍ଭ କରିବାପାଇଁ ଦୀର୍ଘ ଦିନର ଦାବି ଥିବା ଜଣାଇଥିଲେ ।
ଏଲ୍‍.ଏଚ୍‍.ବି. କୋଚ୍‍ ଅଧିକ ଯାତ୍ରୀ ବସିବା କ୍ଷମତାବିଶିଷ୍ଟ ଏବଂ ଏଥିରେ କମ୍‍ ଶବ୍ଦ ସହ ଉଚ୍ଚ କ୍ଷମତାସମ୍ପନ୍ନ କୁଲିଙ୍ଗ୍‍ ସୁବିଧା ଭଳି ଆନୁଷଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଥାଏ ।

ଏଣୁ, ତପସ୍ୱିନୀ ଏକ୍ସପ୍ରେସ୍‍ରେ ଏହି ସେବା ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଆରାମଦାୟକ ଯାତ୍ରା କରିପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।

Leave A Reply