ଅର୍ଥନୈତିକ କ୍ଷେତ୍ରରେ ସୁଧାର

0 1,491

କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।   ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ -ଫିକି ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ କିଛି ଶିକ୍ଷାଲାଭ କରିଛି ।

ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି, ଯୁବସମାଜ, କୃଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ଭାରତ ଏହାର ନାଗରିକମାନଙ୍କର ଜୀବନକୁ ସବୁଠୁ ଅଧିକ ମୂଲ୍ୟବାନ ବିବେଚନା କରେ ଓ ସେମାନଙ୍କର ଜୀବନରକ୍ଷା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛି ।

ସେହିଭଳି ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଫିକିର ୯୩ତମ ବାର୍ଷିକ ସାଧାରଣ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବ ଭାରତରେ ଓଡିଶା ଉତ୍ପାଦନର କେନ୍ଦ୍ରସ୍ଥଳଭାବେ ଉଦୀୟମାନ ରାଜ୍ୟ ଉଭା ହୋଇଛି ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉଦ୍‍ବୋଧନ ଦେଇ  କହିଥିଲେ । ସେହିଭଳି ଓଡିଶାକୁ ବିଶ୍ୱସ୍ତରୀୟ ଶିଳ୍ପା ସଂସ୍ଥାକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

Leave A Reply