ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରିବା ନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ କୂଳପତି ଏବଂ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଗତ ମାର୍ଚ୍ଚ ୧୩ ତାରିଖ ପୂର୍ବରୁ ପଢ଼ା ଯାଇଥିବା ବିଷୟଗୁଡ଼ିକ ଉପରେ ପରୀକ୍ଷା କରିବା ନେଇ ପ୍ରସ୍ତାବ ରହିଛି । ସ୍ନାତକ ଏବଂ
ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ା ସରିଥିବା ବିଷୟଗୁଡ଼ିକ ଉପରେ ପରୀକ୍ଷା କରିବା ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପଦକ୍ଷେପ ନେବାକୁ
କୁହାଯାଇଛି । ଅନ୍ଲାଇନ୍ରେ ପାଠପଢ଼ା ହୋଇଥିଲେ ମଧ୍ୟ କେତେକ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ଦୃଷ୍ଟିରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।