ନ୍ୟୁୟର୍କର ନର୍ସ କହିଲେ ଏହା ହରର ମୁଭି ପରି- କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରେ ରଖିବା ଯୋଗୁଁ ସେମାନଙ୍କର ହେଉଛି ମୃତ୍ୟୁ, ଏହା ହତ୍ୟା ପରି
ନ୍ୟୁୟର୍କ – ଆମେରିକାର ଜଣେ ଫ୍ରଣ୍ଟ ଲାଇନ୍ ନର୍ସ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ବେଳେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । ଏହା ଏକ ହରର ମୁଭି ପରି । କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖିବା ଦ୍ୱାରା ସେମାନଙ୍କର ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେଉଛି । ଏଥିପାଇଁ ସେମାନଙ୍କର ମୃତ୍ୟ ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ଏହା ଏକ ହତ୍ୟା ପରି ଘଟଣା ବୋଲି ନର୍ସ ସାରା କହିଛନ୍ତି ।
ଯେଉଁ ଭେଣ୍ଟିଲେଟରରେ ହାଇ ପ୍ରେସର ରହୁଛି ସେ ସବୁ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଉଛି । ଏହା ଯୋଗୁଁ ବାରୋ ଟ୍ରଉମା ହେଉଛି । CPAP or BiPAP machines ଯୋଗୁଁ barotrauma ହେଉଥିବା କଥା ସେ ପ୍ରକାଶ କରିଛନ୍ତି ।
ନ୍ୟୟର୍କ ସିଟିରେ କରୋନା ଯୋଗୁଁ ୧୨ ହଜାର ଲୋକଙ୍କର ଜୀବନ ଗଲାଣି । ନ୍ୟୁୟର୍କ ରାଜ୍ୟରେ ଅନ୍ୟ ୪ହଜାର ୩୦୦ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।
ସାରା ଏହର ଏକ ଭିଡିଓ ଉତ୍ତୋଳନ କରିଛନ୍ତି । ଭେଣ୍ଟିଲେଟର ଟ୍ୟୁବ କରୋନା ଆକ୍ରାନ୍ତଙ୍କ ମୁହଁ ଲାଗି କରି ରହିଛି । କରୋନା ଆକ୍ରାନ୍ତଙ୍କୁ ଯେଉଁପରି ଭାବେ ଚିକିତ୍ସା କରାଯାଉଛି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।
ଆମେରିକାରେ ଥିବା ବିଭିନ୍ନ ବେସରକାରୀ ହସ୍ପିଟାଲରେ ରୋଗୀମାନେ ଭେଣ୍ଟିଲେଟରରେ ରହିଲେ ତାଙ୍କୁ ତିନିଗୁଣ ଟଙ୍କ ମିଳିଥାଏ । ଏଥିପାଇଁ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିତାଙ୍କୁ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଇବା ସହ ତାଙ୍କୁ ହତ୍ୟା କରାଯାଉଥିବା ଏହି ନର୍ସ ଜଣଙ୍କ ଅଭିଯୋଗ କରିଛନ୍ତି । ଏହାର ଏକ ଭିଡିଓ ସେ ୟୁଟ୍ୟୁବ୍ରେ ଅପ୍ଲୋଡ କରିଛନ୍ତି।
ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ରେୟୁ କୁମୋଙ୍କ ଅନୁସାରେ ଭେଣ୍ଟିଲେଟରରେ ରଖାଯାଇଥି
ବା ୮୦ ପ୍ରତିଶତ ରୋଗୀଙ୍କର ମୃତ୍ୟ ହୋଇଛି । ଭେଣ୍ଟିଲେଟରର ବ୍ୟବହାରକୁ ନେଇ ଏହା ପ୍ରଥମ ଥର ପାଇଁ ପ୍ରଶ୍ନ କରାଯାଇ ନାହିଁ । ପୂର୍ବରୁ ଭେଣ୍ଟିଲେଟରର ବ୍ୟବହରା କୁ ନେଇ ପ୍ରଶ୍ନ କରାଯାଇଛି । ନ୍ୟୁୟର୍କ ଏମର୍ଜେନ୍ସି ରୁମ୍ ଡାକ୍ତରଙ୍କ ଅନୁସାରେ ଭେଣ୍ଟିଲେଟରରେ ରୋଗୀଙ୍କ ରଖି ଫୁସ୍ଫୁସ୍ ଉପରେ ଚାପ ପ୍ରୟୋଗ କରାଯାଉଥିବାରୁ ତାଙ୍କ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେଉଛି ।
କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍ ଦରକାର , ପ୍ରେସର ବା ଚାପ ନୁହେଁ ବୋଲି ସେ କହିଛନ୍ତି। ଏଥିପାଇଁ ସେ କାମ କରଥିବା ହସ୍ପିଟାଲ୍ର ଆଇସିୟୁ ଇନ୍ଚାର୍ଜ ପଦରୁ ହଟିଯାଇଛନ୍ତି। ଭେଣ୍ଟିଲେଟର ଅସଦବ୍ୟବହାର ଯୋଗୁଁ ଏବଂ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି।
କରୋନା ଆକ୍ରାନ୍ତ ସମୟରେ ତାଙ୍କ ପରିବାର ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସେଠାରେ ଉପସ୍ଥିତ ନଥିବାରୁ ପ୍ରାଇଭେଟ୍ ହସ୍ପିଟାଲ୍ମାନେ ଏହା ଫଇଦା ନେଉଥିବା ନର୍ସ ସାରା କହିଛନ୍ତି।
ସ୍ୱାସ୍ଥ୍ୟକର୍ମୀମାନେ ଗୋଟିଏ ପିପିଇରେ ଦିନସାରା କାମ କରୁଛନ୍ତି। ସେମାନେ କେବଳ ଗ୍ଲୋଭସ୍ ବଦାଳାଉଛନ୍ତି। ଅନେକ ନର୍ସ ତାଙ୍କ ଜୀବନକୁ ବାଜି ଲଗାଇଛନ୍ତି ବୋଲି ସେ କହିଛନ୍ତି। ସେମାନ ମଧ୍ୟ ଲୋକଙ୍କର ଏହି ଅବସ୍ଥା ପାଇଁ ଦାୟୀ ବୋଲି କହିଛନ୍ତି ।