ବାଲେଶ୍ୱର – ବାଲେଶ୍ୱର ସୋରରେ ହୋଲି ଅବସରରେ ଏକ ଅଘଟଣ ହୋଇଯାଇଛି । ବାଇକ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ତିନୋଟି ଷଣ୍ଢ ଏହି ସ୍ଥାନରେ ଲଢେଇ କରୁଥିଲେ । ଯୁବକ ଜଣଙ୍କ ରାସ୍ତାରେ ପଡିଯିବାରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଛି ।