ସନ୍ଧ୍ୟା ଦର୍ଶନରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କି ପୁଣ୍ୟ ଲାଭ ହୁଏ ଜାଣନ୍ତୁ

0 6,447

ଗୁରୁବାର ଦିନ ଆଡପମଣ୍ଡପରେ ପ୍ରଭୂଙ୍କର ସଂନ୍ଧ୍ୟାଦର୍ଶନ ଶେଷ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା  । ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନବମୀଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ଶୁକ୍ରବାର ଦିନ ବାହୁଡା ପାଇଁ ଅନ୍ୟନ୍ୟ ନୀତିକାନ୍ତି କରାଯାଇଥିଲା

ଶେଷ ହୋଇଆସିଲା ପ୍ରଭୂଙ୍କର ଘୋଷଯାତ୍ରା । ହେରାପଂଚମୀରେ ମହାଲକ୍ଷ୍ଣୀଙ୍କ ରଥଭଙ୍ଗା ପରେ ପ୍ରଭୂଙ୍କ ମନ ଆତୁର ଫେରିବା ପାଇଁ । ତେଣୁ ତିନି ରଥକୁ ଆଜ୍ଞାମାଳ ପ୍ରଦାନ କରି ନିର୍ଦେଶ ଦେଇଥିଲେ ଦକ୍ଷିଣମୋଡ କରିବା ପାଇଁ ।  ବାହୁଡାଯାତ୍ରା ଆରମ୍ଭ ହୋଇଛି । ସେନେଇ ଭୋଇ ସେବକମାନେ , ବିଶ୍ୱକର୍ମା ମହାରଣା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ରଥକୁ ଦକ୍ଷିଣମୋଡ କରାଇ ନାକଚଣା ଦ୍ୱାରରେ ରଖିଥିଲେ । ବାହୁଡାରେ ଶ୍ରୀମନ୍ଦର ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ ।

ସନ୍ଧ୍ୟା ଦର୍ଶନ କଲେ ପୁର୍ନଜନ୍ମ ହୁଏ ନାହିଁ । ଆଡପ ମଣ୍ଡପରେ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ । ଶ୍ରୀମନ୍ଦିରରେ  ବର୍ଷ ସାରା ଦର୍ଶନର ପୁଣ୍ୟ ଆଡପ ମଣ୍ଡପର ଗୋଟିଏ ଦିନ ଦର୍ଶନରେ ମିଳିଥଏ । ସନ୍ଧ୍ୟା ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ ଓ ସାଯୁଜ୍ୟ ମୁକ୍ତି ମିଳେ।

Leave A Reply