ପ୍ରଦୂଷଣ ନେଉଛି ଜୀବନ, ମହିଳାଙ୍କ ପାଇଁ ଅଧିକ ବିପଦ

0 1,767

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏପରିକି ଘରେ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗୃହିଣୀ ମହିଳାମାନେ ଘର ଭିତରେ ଅଧିକାଂଶ ସମୟ ରହୁଥିବାରୁ ସେମାନେ ଅଧିକ ମାନସିକ ସ୍ତରରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ସ୍ପେନରେ ବାର୍ସିଲୋନା ଇନଷ୍ଟିଚ୍ୟୁଟ ଫର ଗ୍ଳୋବାଲ ହେଥ୍ଲ ( ଆଇଏସ ଗ୍ଲୋବାଲ) ର ଗବେଷକ ମାନେ ଏହି ଅଧ୍ୟୟନ କରିଛନ୍ତି । ଏହାର ଫଳାଫଳରୁ ଏହି କଥା ସାମ୍ନାକୁ ଆସିଛି ଯେ, ମହିଳାମାନେ ଅଧିକ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତରର ସାମ୍ନା କରୁଛନ୍ତି ।
ଏହି ଅଧ୍ୟୟନରେ ହାଇଦ୍ରାବାଦ ସହର ପାଖରେ ରହିଥିବା ୨୮ଟି ଗାଁର ୫,୫୩୧ ମହିଳାମାନଙ୍କ ଅଧ୍ୟୟନ କରାଯାଇଥିଲା । ଗବେଷକ ମାନେ ବାୟୁରେ ରହିଥିବା ମହିନ କର୍ଣ୍ଣୋ (ପିଏମ ୨.୫) ଓ କାର୍ବନ ବ୍ଲାକର ମାତ୍ରା ସଂର୍ପକ ରକ୍ତଚାପ ସହିତ ଯୋଡି ଦେଖିଥିଲେ ଓ ଗବେଷଣାରେ ସାମିଲ ଲୋକମାନଙ୍କର ସାମାଜିକ, ଆର୍ଥିକ ସ୍ତର, ଜୀବନଶୈଳୀ ଓ ଘରୋଇ ସ୍ତରକୁ ନେଇ ସର୍ବେକ୍ଷଣ କରାଯାଇଥିଲା ।

ବାୟୁ ପ୍ରଦୂଷଣ ଯୋଗୁଁ ୫ ବର୍ଷକୁ ୫ ବର୍ଷରୁ କମ ବୟସର ୧ ଲକ୍ଷ ଶଶୁଙ୍କ ମୃତ୍ୟୁ-
ବିଶ୍ୱ ପରିବେଶ ଦିବସରେ ଜାରି ଏକ ଅଧ୍ୟୟନ ଅନୁସାରେ ବାୟୁ ପ୍ରଦୂଷଣ ଏକ ରାଷ୍ଟ୍ରୀୟ ବିପଦ ସ୍ଥିତି ହୋଇଗଲାଣି । କାରଣ ଏହା ଭାରତରେ ବର୍ଷକୁ ପାଂଚ ବର୍ଷରୁ କମ ବୟସର ଏକ ଲକ୍ଷ ଶିଶୁଙ୍କ ଜୀବନ ନେଉଛି ଓ ଏହା ଦେଶରେ ହେଉଥିବା ୧୨.୫ ପ୍ରତିଶତ ମୃତ୍ୟୁ ପାଇଁ ମଧ୍ୟ ଦାୟୀ ଅଟେ । ରିର୍ପୋଟରେ କୁହାଯାଇଛି ଯେ ପ୍ରଦୂଷିତ ବାୟୁ କାରଣରୁ ଭାରତରେ ୧୦,୦୦୦ ଶିଶୁମାନଙ୍କରୁ ପ୍ରତିଶତ ୮.୫ ଶିଶୁ ପାଂଚ ବର୍ଷ ହେବା ପୂର୍ବରୁ ମୃତ୍ୟୁ ହୋଇଯାଏ ।

Leave A Reply