ଭଗବାନ ଗଜାନନଙ୍କୁ ଚଢାନ୍ତୁ ଏହି ୫ ଜିନିଷ, ଧନ-ସଂପଦର ହେବ ନାହିଁ ଅଭାବ

0 1,384

ଭୁବନେଶ୍ୱର: ଗଣେଶ ଭଗବାନ ସବୁବେଳେ ଖୁସିରେ ରହୁଥିବା ଦେବତା ବୋଲି ଧରାଯାଏ । ଗଜାନନଙ୍କର ବୁଧବାର ଦିନରେ ବିଧି ବିଧାନରେ ପୂଜା-ଅର୍ଚ୍ଚନା କଲେ ଘରର ମଙ୍ଗଳ ହୋଇରାଯାଏ, ଯେଉଁଥିରେ ସେ ଖୁସି ହୋଇ ସୁଖ ଓ ସମୃଦ୍ଧିର ଆର୍ଶୀବାଦ ଦେଇଥାନ୍ତି । ଯଦି ବୁଧବାର ଦିନ ବା ଚତୁର୍ଥୀ ଦିନ ଆମେ ଗଣେଶ ଭଗବାନଙ୍କର ମନ ପସନ୍ଦର ଜିନିଷ ଅର୍ପଣ କରିବା ତେବେ ସେ ଶ୍ରୀଘ୍ର ପ୍ରସନ୍ନ ହେବେ ଓ ଆମର ମନୋକାମନା ପୂରଣ କରିବେ । ଆମ ପାଖରେ ଧନ- ସଂପତ୍ତି, ଧନ ଇତ୍ୟାଦିର ଅଭାବ ହେବେ ନାହିଁ ।
ଆସନ୍ତୁ ଜାଣିବା ଶିବ ଓ ପାର୍ବତୀଙ୍କ ପୁଅ ଗଣେଶଙ୍କର ପୁଜା ସମୟରେ କେଉଁ ୫ଟି ଜିନିଷ ଅର୍ପଣ କରିବା ଆବଶ୍ୟକ ବା ବ୍ୟବହାର କରିବା ଆବଶ୍ୟକ-
୧. ମୋଦକ: ଗଣେଶ ଭଗବାନଙ୍କର ମୋଦକ ବହୁତ ପ୍ରିୟ । ପୌରାଣିକ ମାନ୍ୟତା ଅନୁସାରେ, ପର୍ଶୁରାମଙ୍କ ସହିତ ଯୁଦ୍ଧ ସମୟରେ ଯେତେବେଳେ ଗଜାନନଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଗଲା ଓ ସେ ଏକ ଦନ୍ତ ହୋଇଗଲେ । ସେ ସମୟ ଠାରୁ ତାଙ୍କୁ ଅନ୍ୟ ଖାଦ୍ୟ ପଦାର୍ଥ ଖାଇବାକୁ କଷ୍ଟ ହୋଇଥାଏ, ଏହା ପରେ ତାଙ୍କ ଖାଇବା ପାଇଁ ମୋଦକ ତିଆରି କରାଗଲା । ଗଜାନନ ଆରମରେ ମୋଦକ ଖାଆନ୍ତି, ଯେଉଁଥିରେ ତାଙ୍କ ମନ ପ୍ରସନ୍ନ ହୋଇଥାଏ । ଏହା ପରଠାରୁ ମୋଦକ ତାଙ୍କ ମନପସନ୍ଦ ବ୍ୟଞନ ହୋଇଗଲା । ଏଥିପାଇଁ ଗଣେଶଙ୍କୁ ଶୀଘ୍ର ପ୍ରସନ୍ନ କରିବା ପାଇଁ ମୋଦକର ଭୋଗ ଲଗାନ୍ତି ।
୨. ଦୁବ: ଗଣେଶଙ୍କର ପୂଜାରେ ୨୧ଟି ଦୁବ ଅର୍ପଣ କରିବାର ବିଧାନ ରହିଛି । ଏହାର ପଛରେ ମଧ୍ୟ ଏକ କଥା ରହିଛି । ଅନଳାସୁର ଓ ଗଣପତିଙ୍କ ମଧ୍ୟରେ ଯେତେବେଳେ ଭୟଙ୍କର ଯୁଦ୍ଧ ହେଉଥିଲା, ସେତେବେଳେ ଗଜାନନ ଅନଳାସୁରକୁ ଗିଲି ଦେଇଥିଲେ । ଯାହା ପରେ ତାଙ୍କ ଭିତରେ ଅସହନୀୟ ଯନ୍ତ୍ରଣା ହେବାକୁ ଲାଗିଲା । ସେତେବେଳେ କଶ୍ୟପ ଋଷି ଦୁବର ୨୧ଟି ଗଣ୍ଠି ବାନ୍ଧି ଗଣପତିକୁ ଖୁଆଇଥିଲେ, ଯେଉଁଥିରେ ସେ ସୁସ୍ଥ ହୋଇଯାଇଥିଲେ ।
୩. କଦଳୀ: ଗଜାନନ ଯେପରି ନାମରୁ ପ୍ରତିତ ହେଉଛି- ଗଜ ମୁଖ ଥିବା । ହାତୀକୁ କଦଳୀ ଖାଇବା ପସନ୍ଦ ହୋଇଥାଏ । ଗଜ ମୁଖ ହୋଇଥଇବା କାରଣରୁ ଗଜନାନଙ୍କୁ ମଧ୍ୟ କଦଳୀ ଖଇବା ପସନ୍ଦ ହୋଇଥାଏ । ପୂଜାରେ ଗଣପତିଙ୍କୁ କଦଳୀ ଚଢାଇଲେ ସେ ପ୍ରସନ୍ନ ହୁଅନ୍ତି ।
୪. ଗେଣ୍ଡୁଫୁଲ: ଗଣପତିଙ୍କୁ ଲାଲ ବା ହଳଦୀ ରଙ୍ଗ ଫୁଳ ଚଢା ଯାଇଥାଏ । ଯଦି ଆପଣ ଗେଣ୍ଡୁ ଫୁଳର ମାଳ ତାଙ୍କୁ ଅର୍ପଣ କରନ୍ତି ଏହା ଆହୁରି ଭଳ ଅଟେ ।
୫. ଶଙ୍ଖ: ଗଣେଶଙ୍କର ପୂଜାରେ ଉଚ୍ଚ ଧ୍ୱନିରେ ଶଙ୍ଖ ବଜାଇବା ଶୁଭ ହୋଇଥାଏ । ଏହାର କାରଣ ଏହା ଅଟେ ଯେ ଗଜାନନଙ୍କର ଚାରୋଟି ହାତ ଅଛି, ଗୋଟିଏ ହାତରେ ସେ ଶଙ୍ଖ ଧାରଣ କରନ୍ତି । ଏହାର ଧ୍ୱନି ତାଙ୍କ ପ୍ରିୟ ଅଟେ ।

Leave A Reply