ସହଜ ହେଲା ଅଟଳ ପେନସନ ଯୋଜନା

0 577

• ଅଟଳ ପେନସନ ଯୋଜନାର ସଦସ୍ୟଙ୍କ ସଂଖ୍ୟା ୧.୨୪ କୋଟି ଟପିଲା

• ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୭ଲକ୍ଷରୁ ଅଧିକ ନୂତନ ସଦସ୍ୟ ଏହି ଯୋଜନାରେ ସାମିଲ

• ଓଡ଼ିଶାରେ ଏପିୱାଇ ଯୋଜନାର ସଦସ୍ୟମାନଙ୍କ ସଂଖ୍ୟା ୩,୯୮,୪୧୬

ନୂଆଦିଲ୍ଲୀ . – ଅଟଳ ପେନସନ ଯୋଜନା (ଏପିୱାଇ) ଅନ୍ତର୍ଗତ ସଦସ୍ୟମାନଙ୍କ ସଂଖ୍ୟା ଏବେ ୧.୨୪ କୋଟି ଟପିଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ରେ ୨୭ ଲକ୍ଷରୁ ଅଧିକ ନୂଆ ସଦସ୍ୟ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି । ଅଟଳ ପେନସନ ଯୋଜନା ଅନ୍ତର୍ଗତ ନାମାଙ୍କନରେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟର ସର୍ବାଧିକ ଯୋଗଦାନ ଦେଉଛନ୍ତି ।

 

ଓଡ଼ିଶାରେ ୧୮ରୁ ୪୦ ବର୍ଷ ବୟସ ବର୍ଗର ଜନସଂଖ୍ୟା ୧୬,୧୧୮,୮୬୫ ହୋଇଥିବା ବେଳେ ୨୭.୧୦.୨୦୧୬ ସୁଦ୍ଧା ଏପିୱାଇ ଯୋଜନାର ସଦସ୍ୟମାନଙ୍କ ସଂଖ୍ୟା ୩୯୮,୪୧୬ ଥିଲା । ଏହା ଏପିୱାଇର ସଦସ୍ୟ ହେବା ଲାଗି ଜନସଂଖ୍ୟାର ମୋଟ ୨ ପ୍ରତିଶତ । ସେହିପରି ଏପିୱାଇ ଅଧୀନରେ ମୋଟ ମହିଳା ସଦସ୍ୟମାନଙ୍କ ସଂଖ୍ୟା ୧୬୧,୭୯୯ ଥିବା ବେଳେ ସେମାନଙ୍କ ସଂଖ୍ୟା ମୋଟ ସଦସ୍ୟଙ୍କ ସଂଖ୍ୟାର ୪୧ ପ୍ରତିଶତ ବୋଲି ଜଣାପଡ଼ିଛି । ସେହିପରି ମୋଟ ପୁରୁଷ ସଦସ୍ୟଙ୍କ ସଂଖ୍ୟା୨୩୬,୫୦୧ ହୋଇଥିବା ବେଳେ ଏହା ମୋଟ ସଦସ୍ୟ ସଂଖ୍ୟାର ୫୯ ପ୍ରତିଶତ । ସେହିପରି ୧୧୬ ଜଣ ଏପିୱାଇ ସଦସ୍ୟ ତୃତୀୟ ଲିଙ୍ଗର ବୋଲି ଜଣାପଡ଼ିଛି ।

 

ଅଟଳ ପେନସନ ଯୋଜନା (ଏପିୱାଇ) ଭାରତ ସରକାରଙ୍କ ଠାରୁ ଗ୍ୟାରେଣ୍ଟି ପ୍ରାପ୍ତ ପେନସନ ଯୋଜନା ଅଟେ, ଯାହା ପିଏଫଆରଡିଏ ଦ୍ୱାରା ପରିଚାଳିତ ହେଉଛି । ଭାରତ ସରକାର ଏହାର ଅନ୍ତର୍ଗତ ମିଳୁଥିବା ପେନସନ ସହ ଜଡ଼ିତ ଲାଭ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି । ଏହି ଯୋଜନାକୁ ଯଥେଷ୍ଟ ସହଜରେ ବୁଝିହେବ ଏବଂ ଏହା ଅତ୍ୟନ୍ତ ପାରଦର୍ଶୀ ଅଟେ ।

 

୧୮ରୁ ୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ନିଜ ସଂଚୟ ବ୍ୟାଙ୍କ ଖାତା ଥିବା ବ୍ୟାଙ୍କ କିମ୍ବା ଡାକଘର ଶାଖା ଜରିଆରେ ଏହି ଯୋଜନା ସହ ଯୋଡ଼ି ହୋଇପାରିବେ ।

 

ନିମ୍ନରେ ଦିଆଯାଇଥିବା ତାଲିକାରେ ରାଜ୍ୟୱାରୀ ନାମାଙ୍କନ ଏବଂ ଲିଙ୍ଗ ୱାରୀ ବିତରଣ ଏବଂ କଭରେଜ ସହିତ ସେସବୁ ରାଜ୍ୟର ସଦ୍ୟତମ ଜନସଂଖ୍ୟାକୁ ମଧ୍ୟ ଦର୍ଶାଯାଇଛି ।

 

ରାଜ୍ୟୱାରୀ ସମ୍ଭାବନା ଅର୍ଥାତ ଅଟଳ ପେନସନ ଯୋଜନା ପରିଧି ମଧ୍ୟକୁ ଆସିବା ଲାଗି ଯୋଗ୍ୟ ଲୋକମାନଙ୍କ ସହିତ ଜନସଂଖ୍ୟା ଅନ୍ତର୍ଗତ ଲିଙ୍ଗ ଆଧାରରେ ବିତରଣ ନିମ୍ନ ତାଲିକାରେ ଉଲ୍ଲେଖ କରାଯାଇଛି (୨୭ ଅକ୍ଟୋବର, ୨୦୧୮ ସୁଦ୍ଧା ସ୍ଥିତି) ।

Leave A Reply