ଝାରସୁଗୁଡ଼ାରେ କିସ୍ନା ପକ୍ଷରୁ ସ୍ୱତନ୍ତ୍ର ଶୋ’ରୁମ୍ ଖୋଲିଲାଓଡ଼ିଶାରେ ଆରମ୍ଭ ହେଲା ଏହାର ୧୦ତମ ସ୍ୱତନ୍ତ୍ର ଶୋ’ରୁମ୍

0

ଝାରସୁଗୁଡ଼ା : ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲରୀ ଓଡ଼ିଶାର ଝାରସୁଗୁଡ଼ାରେ ଏହାର ସ୍ୱତନ୍ତ୍ର ଶୋ”ରୁମ୍ ଉଦ୍୍୍ଘାଟନ କରିଛି । ସରବାହଲ ରୋଡରେ ଥିବା ସିଂଘଲ ଗ୍ୟାଲେରିଆରେ ଅବସ୍ଥିତ ଏହି ଶୋ’ରୁମକୁ ହରିକୃଷ୍ଣା ଗ୍ରୁପର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ଏବଂ କିସ୍ନାର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ପାର୍ଟନର୍ ବିକାଶ ଗୋଏଲ ଏବଂ ରୋଶନ ଅଗ୍ରୱାଲ ମିଳିତ ଭାବେ ଉଦ୍୍୍ଘାଟନ କରିଥିଲେ ।

ଗ୍ରାଣ୍ଡ ଉଦଘାଟନୀ ଉତ୍ସବକୁ ପାଳନ କରିବା ପାଇଁ କିସ୍ନା ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଲଂଚ କରିଛି । ଏଥିରେ ହୀରା ଏବଂ ସୁନା ଅଳଙ୍କାର ତିଆରି ଚାର୍ଜ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ସହିତ ମାତ୍ର ୨୫% ଅଗ୍ରୀମ ଦେୟ ବଦଳରେ ମୂଲ୍ୟର ଦୁଇଗୁଣ ପର୍ଯ୍ୟନ୍ତ ସୁନା ଦର ସୁରକ୍ଷା ସୁବିଧା ଅନ୍ତର୍ଭୁକ୍ତ । ବଦଳରେ ହୀରା ଅଳଙ୍କାର କିଣିବା ସମୟରେ ଗ୍ରାହକମାନେ ସେମାନଙ୍କ ପୁରୁଣା ସୁନାର ମୂଲ୍ୟର ୧୦୫% ପର୍ଯ୍ୟନ୍ତ ଲାଭ ମଧ୍ୟ ପାଇପାରିବେ । ଏହା ବ୍ୟତୀତ, ବ୍ରାଣ୍ଡ ହୀରା ଅଳଙ୍କାର ଉପରେ ୯୦% ବାଇବ୍ୟାକ୍ ଏବଂ ୯୫% ଏକ୍ସଚେଞ୍ଜ ମୂଲ୍ୟ ପ୍ରଦାନ କରୁଛି । ଗ୍ରାହକମାନେ କାର କିମ୍ବା ସ୍କୁଟର ଜିତିବାର ସୁଯୋଗ ପାଇଁ ଗ୍ରାଣ୍ଡ ଲକି ଡ୍ରରେ ମଧ୍ୟ ଅଂଶଗ୍ରହଣ କରିପାରିବେ ।

ଏହି ଅବସରରେ ହରିକୃଷ୍ଣ ଗ୍ରୁପ୍ର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡ଼ିଶା କିସ୍ନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ସାରା ରାଜ୍ୟରେ ଆମର ଉପସ୍ଥିତି ବିସ୍ତାର କରିବାର ଅପାର ସମ୍ଭାବନା ରହିଛି । ଝାରସୁଗୁଡ଼ାରେ ଆମର ସ୍ୱତନ୍ତ୍ର ଶୋ’ରୁମ୍ ର ଶୁଭାରମ୍ଭ ଓଡ଼ିଶାରେ ଆମର ସମ୍ପ୍ରସାରଣ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ । ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଉତ୍ସବ ଏବଂ ପ୍ରତ୍ୟେକ ପରିବାରର ଏକ ଅଂଶ ହେବା । “ହର ଘର କିସ୍ନା’ର ଆମର ଲକ୍ଷ୍ୟକୁ ସାକାର କରିବା ଦିଗରେ ଆମେ କ୍ରମାଗତ ଭାବରେ ଆଗକୁ ବଢୁଛୁ ।’

କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲରୀର ସିଇଓ ପରାଗ ଶାହା କହିଛନ୍ତି, “ଝାରସୁଗୁଡାରେ ଆମର ଶୋ’ରୁମ୍ ର ଶୁଭାରମ୍ଭ ଏହି ଅଂଚଳରେ କିସ୍ନାର ବଢୁଥିବା ଉପସ୍ଥିତିକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ । ପାର୍ବଣ ଋତୁ ଏବଂ ଦୀପାବଳି ସମୟରେ ଅଳଙ୍କାର କିଣାକିଣି ଗତିଶୀଳ ହେଉଥିବାରୁ ଆମର ଉଦେ୍ଦଶ୍ୟ ହେଉଛି ଗ୍ରାହକମାନଙ୍କୁ ହୀରା ଏବଂ ସୁନା ଅଳଙ୍କାରର ବିସ୍ତୃତ ଶୃଙ୍ଖଳା ସହିତ ଏକ ପ୍ରିମିୟମ୍ ସପିଂ ଅଭିଜ୍ଞତା ପ୍ରଦାନ କରିବା । ଆକର୍ଷଣୀୟ ଉତ୍ସବ ଅଫର ଏବଂ ସ୍ୱତନ୍ତ୍ର କ୍ୟୁରେଟେଡ୍ ସଂଗ୍ରହ ମାଧ୍ୟମରେ, ଆମେ ଝାରସୁଗୁଡାରେ ପରିବାରର ଉତ୍ସବ ଏବଂ ବିଶେଷ ମୁହୂର୍ତକୁ ଅଧିକ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛୁ ।’

କିସ୍ନାର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ପାର୍ଟନର୍ ବିକାଶ ଗୋଏଲ ଏବଂ ରୋଶନ ଅଗ୍ରୱାଲ କହିଛନ୍ତି, “କିସ୍ନାର ବିଶ୍ୱାସର ଉତରାଧିକାରୀ ଏବଂ ଅସାଧାରଣ କାରିଗରୀକୁ ଝାରସୁଗୁଡାରେ ଆଣିବା ଆମ ପାଇଁ ଏକ ଗର୍ବର ମୁହୂର୍ତ । ଦୀପାବଳି ଏବଂ ଆଗାମୀ ଉତ୍ସବ ପାଖେଇ ଆସୁଥିବାରୁ ଆମର ସ୍ୱତନ୍ତ୍ର ଶୋ’ରୁମ୍ ଗ୍ରାହକମାନଙ୍କୁ ଉତ୍ସବର ଉପହାର ଏବଂ ବିଶେଷ ଉତ୍ସବ ପାଇଁ ବିଭିନ୍ନ ପ୍ରକାରର ହୀରା ଏବଂ ସୁନା ଅଳଙ୍କାର ପ୍ରଦାନ କରିବ । ଆମେ ଆମର ଗ୍ରାହକଙ୍କ ସହ ଦୀର୍ଘସ୍ଥାୟୀ ସମ୍ପର୍କ ଗଢିବା ଏବଂ ସେମାନଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତର ଏକ ଅଂଶ ହେବାକୁ ଅପେକ୍ଷା କରିଛୁ । “

ସାମାଜିକ ଦାୟିତ୍ୱବୋଧ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ କିସ୍ନା ଶୋ’ରୁମ୍ ଉଦଘାଟନ ଅବସରରେ ବଂଚିତ ଲୋକଙ୍କ ପାଇଁ ଖାଦ୍ୟ ବଂଟନ ଅଭିଯାନ ମଧ୍ୟ ଆୟୋଜନ କରିଥିଲା । ଏହା ବ୍ୟତୀତ କମ୍ପାନୀ ସ୍ୱଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ରକ୍ତଦାନ ଶିବିରକୁ ସମର୍ଥନ କରି ଏକ ସ୍ୱଚ୍ଛତା ଅଭିଯାନ କରିଥିଲା । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ସମ୍ପ୍ରଦାୟ କଲ୍ୟାଣ ଏବଂ ପରିବେଶ ସଂରକ୍ଷଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

Comments are closed, but trackbacks and pingbacks are open.