ଏନଏସଇ ପକ୍ଷରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ଏକ ନୂଆ ଟ୍ରେଡିଙ୍ଗ ସେଗମେଂଟ ଭାବେ ଇଲେକ୍ଟ୍ରୋନିକ୍ସ ଗୋଲ୍ଡ ରିସିପ୍ଟ (ଇଜିଆର) ର ଶୁଭାରମ୍ଭ କରାଯାଇଛି । ଏହା ଭାରତର ସୁନାର ବଜାରକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ସଂଗଠିତ କରିବା ଦିଗାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି । ଏହି ଶୁଭାରମ୍ଭ ସହିତ ଏନଏସଇ ସୁନା କାରବାର ପାଇଁ ଏକ ସୁରକ୍ଷିତ, ନିୟମିତ ଓ ଟେକ୍ନୋଲୋଜି-ଚାଲିତ ପ୍ଲାଟଫର୍ମ ପ୍ରଦାନକରି ଭୌତିକ ସୁନା ଓ ଆର୍ଥିକ ବଜାର ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ଅନ୍ତରକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି । ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ (ଇଜିଆର) ହେଉଛି ଡିଜିଟାଲ ସାର୍ଟିଫିକେଟ ଯାହା ଭୌତିକ ସୁନାର ମାଲିକାନାର ପ୍ରତିନିଧିତ୍ୱ କରିଥାଏ ।
ପ୍ରକୃତ ସୁନା ସେବି-ସ୍ୱୀକୃତିପ୍ରାପ୍ତ ଭଲ୍ଟଗୁଡିକରେ ସୁରକ୍ଷିତ ଭାବେ ସଂରକ୍ଷିତ ରହିଥିବାବେଳେ ନିବେଶକମାନେ ଏହାକୁ ନିଜର ଡିମାଟ ଆକାଉଂଟ ମାଧ୍ୟମରେ ବୈଦ୍ୟୁତିକ ଭାବେ ରଖିପାରିବେ ଓ ଟ୍ରେଡ୍ କରିପାରିବେ । ଇଜିଆର ନିବେଶକଙ୍କୁ ସୁନା ବଜାରରେ ଖୁବ୍ କମ୍ ପରିମାଣରେ ନିବେଶ କରିବାକୁ ମଧ୍ୟ ସକ୍ଷମ କରିଥାଏ । ପ୍ରତ୍ୟେକ ଇଜିଆର ପ୍ରକୃତ ସୁନା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସମର୍ଥିତ ଅଟେ ଯାହା ବିଶ୍ୱାସ ଓ ପ୍ରାମାଣିକତା ନିଶ୍ଚିତ କରିଥାଏ ।
ଏସମ୍ପର୍କରେ ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ (ସିବିଡିଓ) ଶ୍ରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ଏନଏସଇରେ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ବିବର୍ତନକୁ ସୂଚିତ କରୁଛି । ଏନଏସଇର ଦୃଢ ଟେକ୍ନୋଲୋଜି ଓ ତରଳତା ଢାଂଚାର ବ୍ୟବହାର କରି ଆମେ ସୁନା ପାଇଁ ପହଂଚକୁ ଗଣତାନ୍ତ୍ରିକ କରିଛୁ, ଯାହା ଦେଶବ୍ୟାପୀ ନିବେଶକଙ୍କୁ ସ୍ୱଚ୍ଛତା ଓ ଆତ୍ମବିଶ୍ୱାସ ସହ କାରବାର କରିବା ପାଇର୍ ସକ୍ଷମ କରିବ । ଆମେ ବିଶ୍ୱାସ କରୁଛୁ ଯେ, ସୁନାରେ ନିବେଶ ପାଇଁ ଏକ ସୁଗମ, ସୁରକ୍ଷିତ ଓ ଡିଜିଟାଲ ମାର୍ଗ ସୃଷ୍ଟି କରି ଆମେ ସୁନାକୁ ଆମର ପୁଞ୍ଜି ବଜାର ମଧ୍ୟରେ ଏକ ଆଧୁନିକ, ସମନ୍ୱିତ ସମ୍ପତି ଶ୍ରେଣୀ ଭାବେ ଅବସ୍ଥାପିତ କରିଛୁ, ଯାହା ଖଣ୍ଡିତ ମାନଦଣ୍ଡ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଛି ।”
ଏହି ପଦକ୍ଷେପ ସହିତ ଏନଏସଇ ଏକ ସ୍ୱଚ୍ଛ ଓ ଦକ୍ଷ ଗୋଲ୍ଡ ଟ୍ରେଡିଂ ଇକୋସିଷ୍ଟମ ନିର୍ମାଣ କରିବା, ଉତମ ମୂଲ୍ୟ ଅନ୍ୱେଷଣ, ବ୍ୟାପକ ଅଂଶଗ୍ରହଣ ଏବଂ ଜୁଏଲର, ରିଫାଇନର, ଟ୍ରେଡର ଓ ଆନୁଷ୍ଠାନିକ ନିବେଶକଙ୍କ ଭଳି ହିତାଧିକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧିକୁ ସକ୍ଷମ କରିବ । ଏକ ବଡ ସଫଳତା ଭାବେ ଏନଏସଇ ୧୦୦୦ ଗ୍ରାମ ଗୋଲ୍ଡ ବାର୍କୁ ଏକ ଇଲେକଟ୍ରୋନିକ ଗୋଲ୍ଡ ରିସିପ୍ଟରେ ପରିଣତ କରିଛି, ଯାହା ଭୌତିକ ସୁନାକୁ କିଭଳି ସହଜରେ ଏକ ସୁରକ୍ଷିତ ଓ କାରବାରଯୋଗ୍ୟ ଡିଜିଟାଲ ସମ୍ପତିରେ ପରିଣତ କରାଯାଇପାରିବ ତାହା ଦର୍ଶାଉଛି ।
Comments are closed, but trackbacks and pingbacks are open.