-ଏହି ନୂଆ ମଡେଲର ବିଭିନ୍ନ ଭାରିଆଂଟରେ ୩ଟି ଷ୍ଟ୍ରିଟ-ଅନୁପ୍ରାଣିତ ରଙ୍ଗ, ନୂଆ ମଜବୁତ ରିୟର-ସସ୍ପେନ୍ଶନ, ସ୍ଲିପ ଓ ଆସିଷ୍ଟ କ୍ଲଚ, ରିଫାଇନ୍ଡ ଏର୍ଗୋନୋମିକ ଓ ପ୍ରିମିୟମ ଅପ୍ଗ୍ରେଡ ରହିଛି ।
-୨୦୨୫ ହଂଟର ୩୫୦ର ବିକ୍ରି ୧୪୯,୯୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି ହେବା ଜାରି ରହିଥିବା ଏହାର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି ।
-ଏହି ମୋଟରସାଇକେଲକୁ ରୟାଲ ଏନ୍ଫିଲ୍ଡର ଷ୍ଟ୍ରିଟ-ଅନୁପ୍ରାଣିତ ପ୍ଲାଟଫର୍ମ ହଂଟରହୁଡ୍ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଓ ଦିଲ୍ଳୀ ସହରରେ ଆରମ୍ଭ କରାଯାଇଥିଲା ।
-ର୍ୟାପ ବ୍ୟାଟେଲଠାରୁ ଆରମ୍ଭ କରି ଲାଇଭ ମ୍ୟୁଜିକ, ଗ୍ରାଫିଟି କଳାକାର, ହିପ୍ହପ ଡ୍ୟାନ୍ସର, ଷ୍ଟ୍ରିଟ ବା ରାସ୍ତା ଅନୁପ୍ରାଣିତ ଫ୍ୟାଶନ, ସ୍ଥାନୀୟ ଲେବେଲ ପର୍ଯ୍ୟନ୍ତ, ହଂଟରହୁଡ ରାସ୍ତାର ଉତ୍ସାହଗୁଡିକୁ ଏକତ୍ରିତ କରିଛି ।
ନୂଆଦିଲ୍ଲୀ/ମୁମ୍ବାଇ : ମିଡ୍-ସାଇଜ ମୋଟରସାଇକେଲ ସେଗମେଂଟରେ ଏକ ଗ୍ଲୋବାଲ ଲିଡର ରୟାଲ ଏନ୍ଫିଲ୍ଡ ପକ୍ଷରୁ ଏହାର ଲୋକପ୍ରିୟ ଷ୍ଟ୍ରିଟ ରୋଡ୍ଷ୍ଟର୍ର ଏକ ନୂଆ, ଫିଚର-ପ୍ୟାକ୍ଡ ଅପ୍ଗ୍ରେଡ – ୨୦୨୫ ହଂଟର୍ ୩୫୦ର ଶୁଭାରମ୍ଭ କରାଯାଇଛି । ବିଶ୍ୱର ସବୁଠାରୁ ଆକର୍ଷଣୀୟ ସ୍ଥାନଗୁଡିକ ଦ୍ୱାରା ଅନୁପ୍ରାଣିତ ଓ ବିଶ୍ୱବ୍ୟାପୀ ଗ୍ରାହକଙ୍କ ପାଇଁ ଡିଜାଇନ କରାଯାଇଥିବା ୨୦୨୫ ହଂଟର ୩୫୦ ୩ଟି ନୂଆ ରଙ୍ଗ, ଅପ୍ଗ୍ରେଡେଡ ଫିଚର ପ୍ରଦାନ କରୁଥିବା ବେଳେ ଏକ ସହରୀ ମୋଟରସାଇକେଲ କ’ଣ ହୋଇପାରେ ତାହାର ମାନଦଣ୍ଡ ବୃଦ୍ଧି କରିଛି ଯେପରିକି ଅନ୍ତର୍ନିହିତକାରୀ, କ୍ଷିପ୍ର ଓ ସହଜରେ ଷ୍ଟାଇଲିଶ ଦେଖାଯିବା ।

ସହରର ରାସ୍ତାଗୁଡିକ ପାଇଁ ନିର୍ମିତ, ସ୍ୱ-ଅଭିବ୍ୟକ୍ତି ପାଇଁ ପରିକଳ୍ପିତ ଏବଂ ବର୍ତମାନ ପୂର୍ବ ତୁଳନାରେ ଅଧିକ ଆରାମଦାୟକ ଓ ସକ୍ଷମ ହୋଇଥିବା ୨୦୨୫ ହଂଟର୍ ୩୫୦କୁ ଏକାସଙ୍ଗେ ମୁମ୍ବାଇ ଓ ଦିଲ୍ଲୀରେ ଆୟୋଜିତ ରୟାଲ ଏନ୍ଫିଲ୍ଡର ପ୍ରଥମ ଷ୍ଟ୍ରିଟ କଲ୍ଚର ଫେଷ୍ଟିଭାଲ ହଂଟରହୁଡରେ ଉନ୍ମୋଚନ କରାଯାଇଥିଲା । ଏହି ପ୍ଲାଟ୍ଫର୍ମ ଏକ ମୋଟରସାଇକେଲ ପାଇଁ ଉପଯୁକ୍ତ ଲଂଚପ୍ୟାଡ ଭାବେ କାର୍ଯ୍ୟ କରିଥିଲା ଯାହା ରାସ୍ତାରୁ ଜନ୍ମିତ ଓ ରାସ୍ତାର ଉତ୍ସାହ ସହ ଜଡିତ ।
ନୂଆ ହଂଟର ୩୫୦ର ନୂତନ ଫିଚର:
– ରିଓର ଧଳା ବାଲିଠାରୁ ଆରମ୍ଭ କରି ଲଣ୍ଡନର ଲାଲ ଇଟାକାନ୍ଥର ଧାଡି ଓ ଟୋକିଓର କଳା ପିଚୁ ସଡକ ପର୍ଯ୍ୟନ୍ତ ୨୦୨୫ ହଂଟର ୩୫୦ର ନୂଆ କଲରଗୁଡିକରେ ରିଓ ହ୍ୱାଇଟ, ଟୋକିଓ ବ୍ଲାକ ଓ ଲଣ୍ଡନ ରେଡ୍ ଅନ୍ତର୍ଭୁକ୍ତ ରହିଛି ଯାହାକି ବିଶ୍ୱର ସବୁଠାରୁ ସୁନ୍ଦର ସ୍ଥାନଗୁଡିକ ଦ୍ୱାରା ଅନୁପ୍ରାଣିତ ଅଟେ ।
– ବର୍ଦ୍ଧିତ ଗ୍ରାଉଣ୍ଡ କ୍ଲିଅରାନ୍ସ, ଉନ୍ନତ ସିଟ ଆରାମ, ନୂଆ ସସ୍ପେନ୍ଶନ ଓ ଏକ ଅନ୍ତର୍ନିହିତକାରୀ ଏର୍ଗୋନୋମିକ ଟ୍ରାଏଙ୍ଗେଲ ଯାହା ଚାଳନା ସମୟରେ ଆରାମ ବୃଦ୍ଧି କରି ଚାଳକଙ୍କ ସହ ଉପଯୁକ୍ତ ଭାବେ ମେଳ ଖାଇଥାଏ ।
– ୨୦୨୫ ହଂଟର ସ୍ଲିପ-ଆସିଷ୍ଟ କ୍ଲଚ ହାସଲ କରିଥିବା ଆର୍ଇର ପ୍ରଥମ ୩୫୦-ସିସି ମୋଟରସାଇକେଲ ହେବ ।
– ଚାଳକଙ୍କ ପାଇଁ ଏକ ଉନ୍ନତ ଅନୁଭୂତି ଲାଗି ଏଲ୍ଇଡି ହେଡଲ୍ୟାମ୍ପ, ଟ୍ରିପର ପଡ୍ ଓ ଟାଇପ୍-ସି ୟୁଏସ୍ବି ଫାଷ୍ଟ ଚାର୍ଜିଂ ।
ଏହାର କମ୍ପାକ୍ଟ ଜିଓମେଟ୍ରି, ଟର୍କି ୩୪୯ସିସି ଜେ-ସିରିଜ ଇଞ୍ଜିନ ଏବଂ ସ୍ୱତନ୍ତ୍ର, କମ୍ପାକ୍ଟ ଓ ନିଓ-ରେଟ୍ରୋ ଡିଜାଇନ ସହିତ ନୂଆ ୨୦୨୫ ହଂଟର ୩୫୦ ମୋଟରସାଇକେଲକୁ ନୂତନ ଯୁଗର ରାଇଡରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ସେମାନେ ଗହଳିପୂର୍ଣ୍ଣ ସ୍ଥାନ ଅତିକ୍ରମ କରୁଥାନ୍ତୁ କିମ୍ବା ନିକଟସ୍ଥ କ୍ୟାଫେରୁ ବାହାରକୁ ବାହାରୁ ଥାନ୍ତୁ, ଏହା ସେମାନଙ୍କ ଆବଶ୍ୟକତା ପୂରଣ କରୁଛି । ଏହାର ଲଂଚ ପରଠାରୁ ଏହି ମୋଟରସାଇକେଲ ବିଶ୍ୱବ୍ୟାପୀ ୫ ଲକ୍ଷରୁ ଅଧିକ ଏକ ବିଶ୍ୱସ୍ତ ଓ ବର୍ଦ୍ଧିତ ସମୁଦାୟର ଗଠନ କରିଛି, ଯାହା ରୟାଲ ଏନ୍ଫିଲ୍ଡର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ମଡେଲରେ ପରିଣତ ହୋଇଛି ।

ଏହି ଲଂଚ ଅବସରରେ ରୟାଲ ଏନ୍ଫିଲ୍ଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, “ ୨୦୨୫ ହଂଟର ୩୫୦ ଆମ ପୋର୍ଟଫୋଲିଓରେ ଏକ ସ୍ୱତନ୍ତ୍ର ମୋଟରସାଇକେଲ ରହିଆସିଛି ଯାହାକି ଶକ୍ତିଶାଳୀ ଓ ଆକର୍ଷଣୀୟ ହେବା ସହିତ ଏହାକୁ ପ୍ରଥମ ଥରର ରାଇଡର ଓ ସହରର ଯାତ୍ରୀଙ୍କ ଦ୍ୱାରା ବହୁମାତ୍ରାରେ ପସନ୍ଦ କରାଯାଉଛି । ଆମେ ଏହାର ପ୍ରଦର୍ଶନକୁ ଉନ୍ନତ କରିଛୁ ଏବଂ ଉତ୍କୃଷ୍ଟ ଅପ୍ଗ୍ରେଡ ସାମିଲ କରିଛୁ ଯାହା ଏହାକୁ ହାସଲ କରିବା ଓ ଚଲାଇବା ପାଇଁ ଆହୁରି ଅଧିକ ଉତ୍ସାହଜନକ କରୁଛି । ଏହା ରାସ୍ତାର ଛବିକୁ ପ୍ରତିଫଳନ କରିବା ଜାରି ରଖିଛି ଏବଂ ଏହି କାରଣରୁ ଆମେ ଏହାକୁ ଜୀବନ୍ତ କରିବା ପାଇଁ ହଂଟରହୁଡ୍କୁ ଚୟନ କରିଥିଲୁ ।”
ଋୟାଲ ଏନ୍ଫିଲ୍ଡର ନୂଆ କମ୍ୟୁନିଟି-ପ୍ରଥମ ପ୍ଲାଟ୍ଫର୍ମ ହଂଟରହୁଡ ମୁମ୍ବାଇ ଓ ଦିଲ୍ଲୀରେ ଲାଇଭ୍ ମ୍ୟୁଜିକ, ଗ୍ରାଫିଟି, ବିଏମଏକ୍ସ ଓ ଡ୍ୟାନ୍ସ ବ୍ୟାଟେଲ ଭଳି ଅନେକ କାର୍ଯ୍ୟକ୍ରମର ଏକ ଉତ୍ସବ ପାଇଁ ହଜାର ହଜାର ରାଇଡର, କଳାକାର, ସେ୍କଟର ଓ କ୍ରିଏଟରଙ୍କୁ ଏକତ୍ରିତ କରିଥିଲା । ଇକ୍କା, ଧାଞ୍ଜି ଓ ଶାହ ରୁଲ ଭଳି ରାପ ଆକ୍ଟଠାରୁ ଆରମ୍ଭ କରି ଭାରତର ସବୁଠାରୁ ବଡ କଷ୍ଟମ-ବିଲ୍ଟ ସ୍କେଟବୋର୍ଡିଂ ର୍ୟାମ୍ପ ପର୍ଯ୍ୟନ୍ତ ଏଠାକାର ଉତ୍ସାହ ସତେଜ ଓ ବାସ୍ତବ ଥିଲା ଏବଂ ହଂଟର୍ର ଦୁନିଆକୁ ବହୁମାତ୍ରାରେ ପ୍ରତିଫଳନ କରୁଥିଲା ।
ସମସ୍ତ ଅଥୋରାଇଜ୍ଡ ରୟାଲ ଏନ୍ଫିଲ୍ଡ ଡିଲରସିପ ଏବଂ royalenfield.comରେ ୨୦୨୫ ହଂଟର ୩୫୦ ମୋଟରସାଇକେଲର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି ।
Variant | Pricing (ex-showroom Chennai) |
Hunter Factory Black | INR. 1,49,900 |
Hunter Dapper (Rio White and Dapper Grey) | INR. 1,76,750 |
Hunter Rebel (Tokyo Black, London Red and Rebel Blue) | INR. 1,81,750 |
Comments are closed, but trackbacks and pingbacks are open.