ଭୁବନେଶ୍ୱର: ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦର “ଅଭିଷେକୋତ୍ସବ-୨୦୨୪\’ ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ୧୨୦ ଅର୍ଦ୍ଧ-ସାମରିକ ବାଟାଲିୟନର ସେନାମଡେଲ୍ କମାଣ୍ଡିଙ୍ଗ୍ ଅଫିସର କର୍ଣ୍ଣେଲ ରୋହିତ୍ ସିଂ ଯୋଗ ଦେଇ ଓଡିଏମ୍ ଛାତ୍ର-ସଂସଦର ପତାକା ଉତୋଳନ କରିଥିଲେ । ଏହି ଅବସରରେ ସମବେତ ଓଡିଏମ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ବିତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଶିକ୍ଷା-ନିର୍ଦ୍ଦେଶକ ଡ.ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ୱାଇଁ, ଉପାଧ୍ୟକ୍ଷ ଡ. ରାଜେଶ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ କ୍ୟାପ୍ଟେନ ଏବଂ ଭାଇସ୍-କ୍ୟାପ୍ଟେନଙ୍କୁ ବ୍ୟାଚ୍ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ।
ସ୍କୁଲ୍ ହେଡବଏ କୁନାଲ କୁମାର ସାହୁ, ହେଡଗର୍ଲ ଆଶ୍ରିତା ମହାପାତ୍ର, ଅହିଂସା ହାଉସ୍ କ୍ୟାପ୍ଟେନ ରୁଦାଲି ପଟ୍ଟନାୟକ, ମୈତ୍ରୀ ହାଉସ୍ କ୍ୟାପ୍ଟେନ ସମୀର ପ୍ରଧାନ, ପ୍ରୀତି ହାଉସ୍ କ୍ୟାପ୍ଟେନ ପ୍ରିୟାଂଶୁ ଖୁଂଟିଆ ଏବଂ ଶାନ୍ତି ହାଉସ୍ କ୍ୟାପ୍ଟେନ ଶିବା କାଷ୍ୟମ୍ ପ୍ରମୁଖ ମନୋନୀତ ହୋଇଥିଲେ । ଏହି ଅବସରରେ ପ୍ରତ୍ୟେକ ହାଉସରେ କ୍ୟାବିନେଟ୍ ସଦସ୍ୟମାନେ ସତ୍ୟ, ନିରପେକ୍ଷ ଏବଂ ନିଷ୍ଠାର ସହ ନେତୃତ୍ୱ ନେବାର ଦକ୍ଷତାକୁ ପାଳନ କରିବେ ବୋଲି ଶପଥ ପାଠ କରିଥିଲେ । ଏହି ଉପଲକ୍ଷେ ପୂର୍ବବର୍ଷ ଦାୟିତ୍ୱରେ କ୍ୟାପ୍ଟେନମାନେ ନବନିର୍ବାଚିତ କ୍ୟାପ୍ଟେନମାନଙ୍କୁ ବ୍ୟାଚ୍ ହସ୍ତାନ୍ତର କରିଥିଲେ । କର୍ଣ୍ଣେଲ୍ ରୋହିତ ସିଂ କ୍ୟାପ୍ଟେନ, ଭାଇସ୍-କ୍ୟାପ୍ଟେନ ଏବଂ ହାଉସ୍ ମାଷ୍ଟରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏକାଗ୍ରତର ସହ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଥିଲେ । ପ୍ରତିଷ୍ଠାତା ଡ.ମୀନକେତନ ବ୍ୟକ୍ତିଗତ ତଥା ଜାତୀୟ ସ୍ତରରେ ନେତୃତ୍ୱ ନେବାର ଦକ୍ଷତା ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଲିଡରମାନଙ୍କୁ ଆହ୍ୱାନ ଦେବା ସହ ସକରାତ୍ମକ ଚିନ୍ତାଧାରା ନେଇ କାମ କଲେ ଜୀବନରେ ସଫଳତା ପାଇପାରିବେ ବୋଲି ଉତ୍ସାହିତ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.