ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ମୋଟ୍‍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ

0 2,367

ଭୁବନେଶ୍ୱର – ପାଠ୍ୟପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି । ମୋଟ୍‍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାସ କହିଛନ୍ତି ।

ସେହି ୮ଟି ବିଷୟ ହେଉଛି ସାହିତ୍ୟସିନ୍ଧୁ, ସ୍କିଲ ଅଫ୍‍ କମୁନିକେଟିଭ୍‍ ଇଂଲିସ୍‍, ମାଧ୍ୟମିକ  ବୀଜଗଣିତ, ମାଧ୍ୟମିକ ଜ୍ୟାମିତ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ ଏବଂ ଭୂଗୋଳ ଓ ଅର୍ଥନୀତି । ୨୦୧୩ ମସିହାରୁ ଦଶମ ଶ୍ରେଣୀ ସିଲାବସରେ ପରିବର୍ତ୍ତନ କରାଯାଇ ନଥିଲା ।

ଅନ୍ୟପକ୍ଷରେ ମେ ୩ ତାରିଖ ଲକଡାଉନ ଅବଧି ଶେଷ ହେବା ପରେ ମାଟ୍ରିକ୍‍ ଖାତାଦେଖା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Leave A Reply