ପୋଷାକ ଅନୁଯାୟୀ ପିନ୍ଧନ୍ତୁ ଅଳଙ୍କାର

0 258

ଅଳଙ୍କାର ପ୍ରତ୍ୟେକ ମହିଳାଙ୍କୁ ପ୍ରିୟ ଅଟେ । ଅଳଙ୍କାରକୁ ନେଇ ସଭିଁଙ୍କ ରୁଚି ଭିନ୍ନ । ନିଜକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ବିଭିନ୍ନ ରକମର ଅଳଙ୍କାରକୁ ବ୍ୟବହାର କରିଥାଆନ୍ତି । ଅଳଙ୍କାର ମଧ୍ୟରେ କେବଳ ସୁନା, ରୂପା, ଖାଲି ନୁହେଁ, ଏବେ ବଜାରରେ ଭିନ୍ନ ଭିନ୍ନ ପ୍ରକାର ଅଳଙ୍କାର ମିଳୁଛି । ଯେପରି ବମ୍ବୋ ,କଲର୍ଡ଼, ଥ୍ରେର୍ଡ଼ ଜୁଏଲରୀ । ଏହି ପ୍ରକାରର ଅଳଙ୍କାରକୁ ଆଜି କାଲି ସଭିଁଏ ଖୁବ ପସନ୍ଦ କରୁଛନ୍ତି । ଏହି ଅଳଙ୍କାର ମାନଙ୍କର ବିଶେଷତ୍ୱ ହେଉଛି ଯେ ଆପଣ ନିଜ ପୋଷାକ ଅନୁଯାୟୀ ମେଳଖାଇଲା ଭଳି ଏହାକୁ ପିନ୍ଧି ପାରିବେ । ଜାଣନ୍ତୁ, ଅଳଙ୍କାରକୁ କିଭଳି ପିନ୍ଧିଲେ ସୌନ୍ଦର୍ଯ୍ୟ ବଢିଥାଏ । ।
ଅଧିକ ପରିମାଣରେ ଅଳଙ୍କାର ପିନ୍ଧିଲେ ତାହା ଭଲ ଲାଗିନଥାଏ । ଯଦି ଆପଣ ଗଳାରେ ବଡ଼ ଧରଣର ହାର ପିନ୍ଧିଲେ କାନର ଅଧିକ ଭାରି ନପିନ୍ଧିଲେ ଏହା ସୁନ୍ଦର ଦେଖାଯାଏ ।
ପାରମ୍ପରିକ ପୋଷାକରେ ଅଧିକ ଭାରି ଅଳଙ୍କାର ପିନ୍ଧିଲେ, ଏହା ସୁନ୍ଦର ଦେଖାଯାଏ ।
ବିହାହ ଓ ଉତ୍ସବମାନଙ୍କରେ ଗଲାବେଳେ ରଙ୍ଗବେରଙ୍ଗର ଅଳଙ୍କାର ସହ ପୋଷକ ମଧ୍ୟ ରଙ୍ଗବେରଙ୍ଗର ପିନ୍ଧିଲେ ଭଲ ଲାଗିଥାଏ ।
ହାଲ୍‍କା ରଙ୍ଗର ପୋଷାକ ସହ ମଧ୍ୟ ରଙ୍ଗବେରଙ୍ଗର ଅଳଙ୍କାର ପିନ୍ଧିଲେ ଖୁବ ଭଲ ଲାଗେ ।
ଏକ ରଙ୍ଗର ପୋଷାକ ସହ ବିଭିନ୍ନ ରଙ୍ଗର ଅଳଙ୍କାର ପିନ୍ଧିଲେ ମଧ୍ୟ ଖୁବ ସୁନ୍ଦର ଦେଖାଯାଏ ।

Leave A Reply