ସି.ବି.ଏସ୍‍.ଇ. ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟଖସଡ଼ା ଘୋଷଣା

0 222

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ. ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟଖସଡ଼ା ଘୋଷଣା କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ । ଏହାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ବୋର୍ଡ ସିଲାବସର ୫୦ ପ୍ରତିଶତ ଲେଖାଏଁ ପାଠକୁ ନେଇ ଟର୍ମ ୱାନ୍‍ ଏବଂ ଟର୍ମ-ଟୁ ପରୀକ୍ଷା କରାଯିବ । ଉଭୟ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ । ଗତବର୍ଷ ପରି ସଂକ୍ଷିପ୍ତ ସିଲାବସ ଆଧାରରେ ବୋର୍ଡ ପରୀକ୍ଷା ହେବ ।

ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‍ ଆସେସ୍‍ମେଣ୍ଟ, ପ୍ରାକ୍ଟିକାଲ୍‍ ଏବଂ ପ୍ରୋଜେକ୍ଟ ୱାର୍କକୁ ଗୁରୁତ୍ୱ ଦିଆଯିବ । କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସ୍କୁଲ୍‍ ଗୁଡ଼ିକ ଅନ୍‍ଲାଇନ୍‍ ମାଧ୍ୟମରେ ଶିକ୍ଷାଦାନଜାରି ରଖିବେ ।

Leave A Reply