ଯୁକ୍ତ ଦୁଇ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ

0 262

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ । ଏନେଇ ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ଦୂର ନିରନ୍ତର ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଫଳ ନିମନ୍ତେ ଦଶମ ବୋର୍ଡ଼ ପରୀକ୍ଷାର ନମ୍ବର ଆଧାରରେ ମୂଲ୍ୟାୟନ କରାଯିବ ।

ସୂଚନାଯୋଗ୍ୟ, କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‍ କରିଥିଲେ । ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀମାନଙ୍କର
ବିକଳ୍ପ ମୂଲ୍ୟାଙ୍କନ ପାଇଁ ବୈଷୟିକ କମିଟି ଗଠନ କରାଯାଇଥିଲା । ଯେଉଁମାନେ ଏହି ପଦ୍ଧତିରେ ଦିଆଯାଇଥିବା ନମ୍ବରରେ ସନ୍ତୁଷ୍ଟ ନ ହେବେ, ପରେ ସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ଅଫ୍‍ ଲାଇନ୍‍ରେ ପରୀକ୍ଷା ଦେଇପାରିବେ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ :

Leave A Reply