ଆପଣ ପିଲାକୁ ସ୍କୁଲରେ ଟପ୍ପର କରିବାକୁ ଚାହୁଁଥିଲେ…

0 3,528

ଭୁବନେଶ୍ୱର: ଜୀବନର ପ୍ରାରମ୍ଭିକ ସମୟରୁ ଯଦି ପିଲାମାନଙ୍କୁ ଘରେ ପଢିବା ପାଇଁ ଭଲ ପରିବେଶ ମିଳିଯାଏ, ତେବେ ଘରୋଇ ଶିକ୍ଷଣୀୟ ମାଧ୍ୟମରେ ଭବିଷ୍ୟତରେ ଭଲ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇପାରିବେ ଓ ପାଠ ପଢାରେ ଭଲ ପ୍ରଦର୍ଶନ କରିପାରିବେ । ଏକ ନୂତନ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ‘ସ୍କୁଲ ପ୍ରଭାବଶୀଳତା ଓ ସ୍କୁଲ ସଂଶୋଧନ’ରେ ପ୍ରକାଶିତ ଅନୁଧ୍ୟାନରେ ଏହି କଥା ସମ୍ନାକୁ ଆସିଛି ଯେ, ଯେଉଁ ପିଲାମାନଙ୍କ ବାପା-ମା’ ସ୍କୁଲ ପଠାଇବା ଆଗରୁ ପିଲାମାନଙ୍କ ସହିତ ପାଠ ପଢା ଓ ବହି ବିଷୟରେ କଥା ହୋଇଛନ୍ତି, ସେମାନେ ସମସ୍ତେ ୧୨ ବର୍ଷ ବୟସରେ ଗଣିତରେ ଭଲ ଅଙ୍କ ଆଣିଛନ୍ତି ।
ବାମବର୍ଗ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନୁଧ୍ୟାନର ପ୍ରମୁଖ ଲେଖକ ସିମୋନ କହିଛନ୍ତି, ‘ଆମର ପରିଣାମ ନା କେବଳ ସାକ୍ଷରତା, ସଂଖ୍ୟାତ୍ମକତାରେ ମଧ୍ୟ ବିକାଶ ପାଇଁ ରେଖାଙ୍କିତ କରିଥାଏ । ସେ କହିଛନ୍ତି, ‘ପ୍ରାରମ୍ଭିକ ଭାଷା କୌଶଳ ନା କେବଳ ଗୋଟିଏ ପିଲାର ପଢିବାରେ ସୁଧାର କରିଥାଏ, ପରନ୍ତୁ ତାହାର ଗଣିତ ସମ୍ବନ୍ଧୀୟ କ୍ଷମତାକୁ ମଧ୍ୟ ବଢାଇଥାଏ ।
ଏବାବଦରେ ଅଧିକ ଜାଣିବା ପାଇଁ ୨୨୯ଜର୍ମାନ ପିଲାମାନଙ୍କର ତିନି ବର୍ଷର ବୟସ ଠାରୁ ନେଇ ମଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇଥିଲା । ପ୍ରତିଭାଗିମାନଙ୍କୁ ସାକ୍ଷରତା ଓ ସଂଖ୍ୟାତ୍ମକ କୌଶଳର ପରୀକ୍ଷଣ ତାଙ୍କର ତିନି ବର୍ଷର ପୂର୍ବ ସ୍କୁଲ (ବୟସ ୩-୫)ରେ କରାଯାଇଥିଲା ଓ ଦ୍ୱିତୀୟ ଥର ପୁଣି ଯେତେବେଳେ ସେମାନେ ୧୨ ବା ୧୩ର ହୋଇଥିଲେ ସେତେବେଳେ ଏହି ପରୀକ୍ଷଣ କରାଯାଇଥିଲା ।
ଗବେଷଣାରୁ ଜଣାପଡ଼ିଥିଲା ଯେ, ପିଲାମାନେ ନିଜର ପୂର୍ବସ୍କୁଲ ବର୍ଷରେ ସାକ୍ଷରତା, ଭାଷା ଓ ଅଙ୍କଗଣିତୀୟ କୌଶଳ ଘର ଦ୍ୱାରା ପ୍ରୋତ୍ସାହନରୁ ପାଇଥିଲେ, ଯେଉଁ କାରଣରୁ ସେମାନେ ପରେ ଶିଖିବାକୁ ଭଲ ପରିବେଶ ପାଇଥିଲେ ।

Leave A Reply