ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ ଆଇଟିବିପିର ଯବାନମାନେ ସମୁଦ୍ର ପତ୍ତନ ଠାରୁ ୧୯ ହଜାର ଫୁଟ ଉଚ୍ଚ ପାହାଡ ଉପରେ ଯୋଗ କରିଛନ୍ତି । ଓପି ଦୋରଜିଆସ୍ଥିତ ପାହାଡ଼ ଏବେ ତାପମାତ୍ରା ମାଇନସ ୧୫ ଡିଗ୍ରୀ ସେଲସିୟସ ଅଛି ।
ଅରୁଣାଚଳ ପ୍ରଦେଶର ଏଟିଏସ ଲୋହିତପୁରରେ ଆଇଟିବିପିର ଯବାନମାନେ ଯେତେବେଳ ଯୋଗ କରୁଥିଲେ ସାଥୀରେ କୁକୁର ଗୁଡ଼ିକ ଶୋଇଥିବାର ଦେଖାଯାଇଥିଲା । ରୋହତଙ୍ଗ ପାସ ନିକଟରେ ତାପମାତ୍ରା ମାଇନସ ୧୦ ଡିଗ୍ରୀ ରେ ଅର୍ଥାତ ସମୁଦ୍ର ପତ୍ତନ ଠାରୁ ୧୪ ହଜାର ଫୁଟ ଉଚ୍ଚରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି । ଜମ୍ମୁ କଶ୍ମୀରର ଲେହ ଠାରେ ମଧ୍ୟ ଯବାନମାନେ ଯୋଗ କରିଛନ୍ତି । ଲଦାଖରେ ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ୧୮୦୦୦ ଫୁଟ ଉପରେ ଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post