ଫ୍ଲିପ୍‌କାର୍ଟର ବିଗ୍ ବିଲିୟନ ଡେଜ୍‌ରେ ୩୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ପରିଦର୍ଶନ

61

ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍‌କାର୍ଟ ଗତ ସେପ୍ଟେମ୍ବର ୨୭ ତାରିଖରେ ଏହାର ବହୁ ପ୍ରତିକ୍ଷୀତ ଦ ବିଗ୍ ବିଲିୟନ ଡେଜ୍ (ଟିବିବିଡି)ର ୧୧ତମ ସଂସ୍କରଣର ଶୁଭାରମ୍ଭ କରିଛି ଏବଂ ଏଥିସହିତ ଫ୍ଲିପ୍‌କାର୍ଟ ଭିଆଇପି ଓ ପ୍ଲସ୍ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍‌ସେସ୍ ସେପ୍ଟେମ୍ବର ୨୬ ତାରିଖ ୨୦୨୪ରୁ ଆରମ୍ଭ ହୋଇଛି । ମିଳିତ ଭାବେ ୟର୍ଲି ଆକ୍‌ସେସ ଓ ପ୍ରଥମ ଦିନରେ ଫ୍ଲିପ୍‌କାର୍ଟରେ ୩୩ କୋଟିରୁ ଅଧିକ ଉପଭୋକ୍ତଙ୍କ ଭିଜିଟ୍ ରେକର୍ଡ କରାଯାଇଛି । ମୋବାଇଲ, ଫୁଡ୍ ଓ ନ୍ୟୁଟ୍ରିସନ ଓ ଗ୍ରୁମିଙ୍ଗ୍ ବର୍ଗରେ ପରିଲକ୍ଷିତ କରାଯାଇଥିବା ବର୍ଦ୍ଧିତ ଚାହିଦା ସହିତ ପ୍ରାରମ୍ଭିକ ଟ୍ରେଣ୍ଡ୍ ଏକ ଉଲ୍ଲେଖନୀୟ ପାର୍ବଣ ଋତୁକୁ ସୂଚିତ କରୁଛି । ଟିବିବିଡି’୨୪ ପ୍ରାରମ୍ଭିକ ଟ୍ରେଣ୍ଡ୍‌ଗୁଡିକ ସାମଗ୍ରିକ ଭାବେ ଏକ ସକାରାତ୍ମକ ଗ୍ରାହକ ଭାବନାକୁ ସୂଚିତ କରୁଥିବା ବେଳେ ମୋବାଇଲ, ଇଲେକ୍‌ଟ୍ରୋନିକ୍ସ, ଲାର୍ଜ ଆପ୍ଲାଏନ୍ସେସ, ଫ୍ୟାଶନ, ବିୟୁଟି ଓ ହୋମ୍ ପ୍ରଡକ୍ଟଗୁଡିକ ଗ୍ରାହକଙ୍କ ମଧ୍ୟରେ ସର୍ବୋଚ୍ଚ ଚାହିଦା ପରିଲକ୍ଷିତ କରିଛି । ନୂଆଦିଲ୍ଲୀ, କୋଲ୍‌କାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ଶୀର୍ଷ ମେଟ୍ରୋ ସହରଗୁଡିକ ଟିବିବିଡି ୨୦୨୪ର ପ୍ରଥମ ୨୪ ଘଂଟା ସମୟରେ ବର୍ଦ୍ଧିତ ଚାହିଦାର ସାକ୍ଷୀ ହୋଇଥିବା ବେଳେ ଏହି ସଫିଙ୍ଗ ଫେଷ୍ଟିଭାଲ ମେଦିନିପୁର, ହିସାର, ବ୍ରହ୍ମପୁର, ବଙ୍କୁରା ଓ ଅଗରତାଲା ଭଳି ଅଂଚଳଗୁଡିକରୁ ଗ୍ରାହକଙ୍କଠାରୁ ଚାହିଦା ପରିଲକ୍ଷିତ କରିଛି । ଏଥିନିକ ୱେୟାର, ୱେଷ୍ଟର୍ଣ୍ଣ ୱେୟାର, ସ୍ପୋର୍ଟସ୍‌, ଫୁଟ୍‌ୱେୟାର, କାଜୁଆଲ ଫୁଟ୍‌ୱେୟାର ଓ ଫର୍ମାଲ ଫୁଟ୍‌ୱେୟାର ଭଳି ଉତ୍ପାଦଗୁଡିକୁ ପାଇଁ ବିଗ୍ ବିଲିୟନ ଡେଜ୍‌ର ୟର୍ଲି ଆକ୍‌ସେସ ଓ ପ୍ରଥମ ଦିନରେ ଅଧିକ ଚାହିଦା ଦେଖିବାକୁ ମିଳିଥିଲା ।

ବ୍ରାଣ୍ଡ୍ ମଲ୍‌, ଫ୍ଲିପିନ୍‌ଟ୍ରେଣ୍ଡ୍‌ସ ଓ ସ୍ପଏଲ୍ ଭଳି ଏକାଧିକ ଏନ୍‌ଗେଜିଙ୍ଗ୍ ଫିଚର ମାଧ୍ୟମରେ ଫ୍ଲିପ୍‌କାର୍ଟ ଏହାର ବିସ୍ତୃତ ଉପଭୋକ୍ତା ଆଧାରରେ ବିଭିନ୍ନ ପସନ୍ଦ ଓ ଆବଶ୍ୟକତା ସହିତ ପ୍ରତିଧ୍ୱନିତ୍ୱ କରୁଥିବା ପର୍ସନାଲାଇଜ୍‌ଡ ଓ ଟ୍ରେଣ୍ଡ୍‌-ଚାଳିତ ସପିଙ୍ଗ୍ ଅନୁଭୂତିଗୁଡିକୁ ପ୍ରଦାନ କରି ବିବିଧ ଗ୍ରାହକ ଆବଶ୍ୟକତାକୁ ପୂରଣ କରିବା ଜାରି ରଖିଛି । ଫ୍ଲିପିନ୍‌ଟ୍ରେଣ୍ଡ୍‌ସ ୧୦ଗୁଣ ବୃଦ୍ଧି ପରିଲକ୍ଷିତ କରିଛି, କାରଣ ଗ୍ରାହକମାନେ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ କ୍ଷେତ୍ରରେ ନୂତନ ଉତ୍ପାଦଗୁଡିକୁ ଅନ୍ୱେଷଣ କରିବା ପାଇଁ ପ୍ଲାଟ୍‌ଫର୍ମକୁ ନାଭିଗେଟ କରିଛନ୍ତି । ଜେନ୍ ଜି ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ପସନ୍ଦର ଉତ୍ପାଦଗୁଡିକରେ ବ୍ୟାଗି ବଟମ୍ ଓ ଜିନ୍‌ସ, ବ୍ଲକ୍ ପ୍ରିଂଟ କୂର୍ତା, ଡେମ୍ୟୋର ଡ୍ରେସ୍‌, ରେଟ୍ରୋ ରନର୍ସ, ୟୁଟିଲିଟି କାର୍ଗୋସ୍‌, ମଲ୍ଟି ପକେଟେଡ ସାର୍ଟ, କୋ-ଅର୍ଡ ସେଟ୍‌ସ ଓ ଜାପାନିଜ୍ ଷ୍ଟାଇଲ ଟିସାର୍ଟ । ଫ୍ଲିପ୍‌କାର୍ଟର ହାଇପରଭାଲ୍ୟୁ ପ୍ଲାଟ୍‌ଫର୍ମ ସପ୍‌ସି ପୂର୍ବ ପାର୍ବଣ ଋତୁ ତୁଳନାରେ ଗ୍ରାହକ ପରିଦର୍ଶନ କ୍ଷେତ୍ରରେ ୭୦% ବୃଦ୍ଧି ଓ ଟ୍ରାଞ୍ଜାକ୍ସନରେ ୨.୮ଗୁଣ ବୃଦ୍ଧି ହାସଲ କରିଛି । ଲାଇଫ୍‌ଷ୍ଟାଇଲ, ଆପାରେଲ, ହୋମ୍ ଆଣ୍ଡ କିଚେନ ଭଳି ଲୋକପ୍ରିୟ ବର୍ଗଗୁଡିକ ଦୁଇ ଗୁଣ ବୃଦ୍ଧି ପାଇଥିବା ବେଳେ ବିୟୁଟି ପର୍ସନାଲ କେୟାର ୩ ଗୁଣ ଅଭିବୃଦ୍ଧି ପରିଲକ୍ଷିତ କରିଛି । ଭିଡିଓ କମର୍ସ ଓ ଲାଇଭ କମର୍ସ ପୂର୍ବ ପାର୍ବଣ ଅବଧି ସମୟରେ ୱାଚ୍ ଟାଇମରେ ୧.୮ ଗୁଣ ବୃଦ୍ଧି ସହିତ ନନ୍‌-ମୋବାଇଲ ଷ୍ଟ୍ରିମ୍ ପାଇଁ ସର୍ବାଧିକ ଭ୍ୟୁୟରସିପ୍ ରେକର୍ଡ କରିଥିଲା । ଲାଇଭ କମର୍ସ ଷ୍ଟ୍ରିମ୍ ସମୟରେ କ୍ରୟ କରାଯାଇଥିବା ଉତ୍ପାଦଗୁଡିକ ପୂର୍ବ ଟିବିବିଡି ଅବଧି ତୁଳନାରେ ୨୫ ଗୁଣ ବୃଦ୍ଧିର ସାକ୍ଷୀ ହୋଇଛନ୍ତି । ଆଜି ୮୫% ଭିଡିଓ କମର୍ସ ଉପଭୋକ୍ତା ଯୁବପିଢି ଅଟନ୍ତି ଏବଂ ୬୫% ଗ୍ରାହକ ଟିୟର ୨ ସହରଗୁଡିକରୁ ଆସିଛନ୍ତି, ଯାହା ଇଂଟରାକ୍ଟିଭ ଓ ରିଅଲ-ଟାଇମ ସପିଙ୍ଗ ଫର୍ମାଟର ବର୍ଦ୍ଧିତ ଲୋକପ୍ରିୟତାକୁ ପ୍ରଦର୍ଶିତ କରୁଛି । କ୍ଲିୟରଟ୍ରିପ୍ ପୂର୍ବ-ପାର୍ବଣ ଋତୁ ତୁଳନାରେ ପ୍ଲାଟ୍‌ଫର୍ମରେ ସାମଗ୍ରିକ ଉପଭୋକ୍ତା ସଂଖ୍ୟାରେ ୨.୫ ଗୁଣ ବୃଦ୍ଧି ପଞ୍ଜୀକୃତ କରିଛି । ଇଲେକ୍‌ଟ୍ରୋନିକ୍ସ ପାଇଁ ଫ୍ଲିପ୍‌କାର୍ଟ ସବୁବେଳେ ଅନ୍ୟତମ ଶୀର୍ଷ ପସନ୍ଦ ରହିଆସିଛି ଏବଂ ନୂଆ କରି ଲଂଚ୍ ହୋଇଥିବା ଫ୍ଲିପ୍‌କାର୍ଟ ମିନିଟ୍‌ରେ ଏହି ବର୍ଗ ପାଇଁ ବଢୁଥିବା ଚାହିଦା ସହିତ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି ହୋଇଛି । ମୁମ୍ବାଇ ଭଳି ସହରଗୁଡିକରେ ଆଜି , ହାଇପରଲୋକାଲ ପିନ୍‌କୋଡରେ ବିକ୍ରି କରାଯାଉଥିବା ସମସ୍ତ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦଗୁଡିକର ୨୫% ଫ୍ଲିପ୍‌କାର୍ଟ ମିନିଟ୍‌ସ ଡେଲିଭରିରୁ ଆସିଛି । ଦିଲ୍ଲୀରେ ବର୍ତମାନ ଫ୍ଲିପ୍‌କାର୍ଟ ମିନିଟ୍‌ସ ଦ୍ୱାରା କଭର କରାଯାଉଥିବା ପିନ୍‌କୋଡରେ ଏହା ପ୍ରାୟ ୪୦% ବୃଦ୍ଧି ପାଇଛି ।

ଏହି ମାର୍କେଟପ୍ଲେସରେ ୭୫%ରୁ ଅଧିକ ସେଲର୍ ପୂର୍ବ ପାର୍ବଣ ଅବଧି ତୁଳନାରେ ପ୍ଲେସ୍ କରାଯାଇଥିବା ଅର୍ଡର୍‌ରେ ବହୁଗୁଣ ବୃଦ୍ଧି ହାସଲ କରିଛନ୍ତି । ଫ୍ଲିପ୍‌କାର୍ଟ ହୋଲ୍‌ସେଲ ବିଗ୍ ବିଲିୟନ ଡେଜ୍‌ର ୟର୍ଲି ଆକ୍‌ସେସ ସମୟରେ ୨ ଗୁଣ ବୃଦ୍ଧି ହାସଲ କରିଛି ଯାହାକି ଏଫ୍‌ଏମ୍‌ସିଜି ବର୍ଗରେ ୩ ଗୁଣ ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଛି । ଦ ବିଗ୍ ବିଲିୟନ ଡେଜ୍‌ର ୧୧ତମ ସଂସ୍କରଣ ଉପରେ ମତପ୍ରକାଶ କରି ଫ୍ଲିପ୍‌କାର୍ଟର ଗ୍ରୋଥ୍ ବିଭାଗର ଉପାଧ୍ୟକ୍ଷ ହର୍ଷ ଚୌଧୁରୀ କହିଛନ୍ତି, “ ପ୍ରତି ବର୍ଷ ଭାରତରେ ପାର୍ବଣ ଋତୁ ଦ ବିଗ୍ ବିଲିୟନ ଡେଜ୍ ସହ ଆରମ୍ଭ ହୋଇଥାଏ ଯାହା ସମଗ୍ର ଇକୋସିଷ୍ଟମକୁ ସେଲିବ୍ରେଟ କରିବା ପାଇଁ ଏକତ୍ରିତ କରିଥାଏ । ଏହି ଇଭେଂଟ୍ କେବଳ ଏକ ସପିଂ ଫେଷ୍ଟିଭାଲଠାରୁ ଅଧିକ କିଛି ଅଟେ; ଏହା ହେଉଛି ଏକ ସୁଯୋଗ ଯାହା ଜାତୀୟ ସ୍ତରରେ ଅଭିବୃଦ୍ଧି, ଉଦ୍ଭାବନ ଓ ସହଭାଗିତାକୁ ତ୍ୱରାନ୍ୱିତ କରିବା ସହିତ ବିବିଧ ସମୁଦାୟଗୁଡିକର ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଥାଏ । ଦ ବିଗ୍ ବିଲିୟନ ଡେଜ୍ ଏକ ପ୍ରମୁଖ ସକ୍ଷମକାରୀ ହେବା ସହିତ ଫ୍ଲିପ୍‌କାର୍ଟ ଭାରତର ଡିଜିଟାଲୀକରଣ ଯାତ୍ରା ପାଇଁ ମୂଳଦୁଆ ସ୍ଥାପନ କରିଛି ।

Comments are closed, but trackbacks and pingbacks are open.