ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ

0 2,340

 

ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡକାଇଛନ୍ତି । ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଆଗାମୀ ଅଧିବେଶନର କାର୍ଯ୍ୟସୂଚୀ ଏବଂ ପରିଚାଳନା ନେଇ ଆଲୋଚନା କରାଯିବ । ଏହି ବୈଠକରେ ତାରକାଚିହ୍ନିତ ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ବାଚସ୍ପତି କହିଛନ୍ତି ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବରୁ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି ।

କରୋନା କଟକଣା ଏବଂ ଅନ୍ୟାନ୍ୟ ପରିସ୍ଥିତି ନେଇ ତୃତୀୟ ଏବଂ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ପାଇଁ ଗୃହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ଶୀତ ଅଧିବେଶନ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Leave A Reply