ଓଡ଼ିଶାରେ ମଦର ବନ୍ୟା: ନିର୍ବାଚନ ପୂର୍ବରୁ ୬୨,୫୩୨.୨୮୫ ଲିଟର ମଦ ଜବତ

-୨ୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଶେଷ

0 492

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମଦର ବନ୍ୟା ଦେଖିବାକୁ ମିଳିଛି। ପୁଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨,୫୩୨.୨୮୫ ଲିଟର ମଦ ଜବତ କରିଛି। ଜବତ କରାଯାଇଥିବା ମଦର ମୂଲ୍ୟ ଆନୁମାନିକ ମୂଲ୍ୟ ୧ କୋଟି ୬୪ ଲକ୍ଷ ୫୯ ହଜାର ୯୭୨ ଟଙ୍କା ହେବ ବୋଲି ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।।

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ରାଜ୍ୟରେ ବୁଧୁବାର ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୫୨୫୫ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଲାଇସେନ୍ସ ନଥିବା ୧୧୦ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୫ ଗୋଟି କାରଖାନା ଉପରେ ଚଢ଼ାଉ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୩୯.୦୩୨ ପିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ସେହିପରି ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ଵାର୍ଡ ଏବଂ ପୁଲିସ ଦ୍ୱାରା ୨୧ ଲକ୍ଷ ୭୫ ହଜାର ୪୧୦ ଟଙ୍କା ଜବତ କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ମତଦାନ ନିମନ୍ତେ ବିଧାନସଭା ପାଇଁ ପ୍ରାର୍ଥୀ ଦାଖଲ ହୋଇଥିବା ୨୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ବିଭିନ୍ନ କାରଣରୁ ୩୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ସେହିପରି ଲୋକସଭା ପାଇଁ ଦାଖଲ ହୋଇଥିବା ୪୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ବିଭିନ୍ନ କାରଣରୁ ୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଛି।

Leave A Reply