କରୋନା ପାଇଁ ହ୍ୱାଟସ୍‌ଆପ୍‌ ନମ୍ବର ଲଞ୍ଚ୍‌ କଲେ ସରକାର -9013151515

0 4,327

ନୂଆଦିଲ୍ଲୀ – କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍‌ଆପ୍‌ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା ଏକ ପ୍ରକାର ଚାଟ୍‌ ବୋଟ୍‌ ।

ଭାରତର ସମସ୍ତ ରାଜ୍ୟର ଲୋକ କରୋନା ସମ୍ପର୍କରେ ସୂଚନା ପାଇବାପାଇଁ ଏହି ନମ୍ବରକୁ ବ୍ୟବହାର କରିପାରିବେ ।

.
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଲାଣି । ଏବେ ଲୋକମାନେ ସଚେତନ ହୋଇ ଘର ରହିବା , ବାହାରକୁ ବା ଗହଳି ସ୍ଥାନକୁ ନ ଯିବା । ବାରମ୍ବାର ହାତ ଧୋଇବା , ପାଟି ନାକ ଓ ଆଖିରେ ହାତ ନ ଲଗାଇବା ବା ନ ଛୁଇଁବା, କାଶ ଛିଙ୍କ ଓ ଥଣ୍ଡା ହେଲେ ଅନ୍ୟମାନଙ୍କ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ପାଇଁ କୌଣସି ଔଷଧ ନଥିବାରୁ ଏହାକୁ କଡା କଡି ଭାବେ ପାଳନ କରିବା ଉଚିତ୍‌ । ଏବେ ମଣିଷଙ୍କ ଠାରୁ ମଣିଷଙ୍କୁ କରୋନା ବ୍ୟାପୁଛି । ଏଣୁ ସମସ୍ତେ ସାବଧାନ ରହିବା ଆବଶ୍ୟକ ।

ରବିବାରରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଅପିଲ୍‌ କରିଛନ୍ତି । ଏହାକୁ କଡା କଡି ଭାବେ ପାଳନ କରିବା ଆବଶ୍ୟକ ।

Leave A Reply