ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭୋଡାଫୋନ୍ ଆଇଡିଆର ୯୦% ନେଟୱାର୍କ କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ପକ୍ଷରୁ ବାତ୍ୟା ଫନି ପ୍ରଭାବିତ ୧୦ଟି ଜିଲ୍ଲାରେ ପାଖାପାଖି ୯୦ ପ୍ରତିଶତ ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ଏହିସବୁ ଅଞ୍ଚଚଳରେ ୨୬୦୦ରୁ ଉର୍ଦ୍ଧ ସ୍ଥାନରେ ନେଟୱାର୍କକୁ ଏବେ ସଚଳ କରାଯାଇଛି। ଏହାବାଦ୍ କମ୍ପାନୀ ଏହାର ୩ଜି ଏବଂ ୪ଜି ଗ୍ରାହକଙ୍କ ପାଇଁ ୮୫ ପ୍ରତିଶତ ବ୍ରଡବ୍ୟାଣ୍ଡ ସଂଯୋଗକୁ ପୁନରୁଦ୍ଧାର କରାଯାଇଛି। ଏହାସହ ଭୋଡାଫୋନ୍ ଆଇଡିଆ ଏହି ଜଟିଳ ପରିସ୍ଥିତିରେ ଅନ୍ୟ ଅପରେଟର ମାନଙ୍କର ଗ୍ରାହକଙ୍କୁ ଆଇସିଆର ଭଏସ୍ ମାଧ୍ୟମରେ ଏହାର ନେଟ୍ୱାର୍କ ବ୍ୟବହାର କରିବାର ସୁଯୋଗ ଦେଇଛି।
ଭୋଡାଫୋନ୍ ଆଇଡିଆ ପ୍ରଥମ ଟେଲିକମ୍ ଅପରେଟର୍ ଭାବେ ପୁରୀରେ ନିଜର ସହଭାଗୀ ମାନଙ୍କ ସହ ମିଶି ଯୁଦ୍ଧଭିତ୍ତିିରେ ପୁନରୁଦ୍ଧାର କାର୍ଯ୍ୟ ଚଳାଇଛି। ଏହା ବର୍ତ୍ତମାନ ସୁଦ୍ଧା ୯ ବ୍ଲକରେ ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ବିଦ୍ୟୁତ ନଥିବା ସମୟରେ ନେଟୱାର୍କକୁ ସଚଳ ରଖିବା ପାଇଁ କମ୍ପାନୀ ପର୍ଯ୍ୟାପ୍ତ ଇନ୍ଧନ ଏବଂ ଡିଜି ସେଟ ବ୍ୟବସ୍ଥା କରିଛି।